ଦୋକାନ ରୁ ଚୋରୀ କରିଥିବା ୨୦ ହଜାର ଟଙ୍କା ଉଦ୍ଧାର ସହ ଚୋର କୁ ଗିରଫ କଲା ପୋଲିସ
ଖଲ୍ଲିକୋଟ, (ରାଜୀବ କୁମାର ଖାଡଙ୍ଗା):ଖଲ୍ଲିକୋଟ ଥାନା ଅନ୍ତର୍ଗତ ବିରକୃଷ୍ଣ ଶରଣ ପୁର ଗ୍ରାମର ବିନୟ କୁମାର ମିଶ୍ର ଙ୍କ ଦୋକାନ ରୁ ଗୁରୁବାର ରାତି ରେ କୌଣସି ଦୁର୍ବୁତ୍ତ ତାଲା କାଟି ଦୋକାନ ଭିତରୁ ନଗଦ ୨୦ ହଜାର ଟଙ୍କା ଚୋରୀ କରି ନେଇ ଯାଇଥିବା ଖଲ୍ଲିକୋଟ ଥାନାରେ ଅଭିଯୋଗ ହୋଇଥିଲା ।ଅଭିଯୋଗ କୁ ଆଧାର କରି ଖଲ୍ଲିକୋଟ ଥାନା କେସ ନମ୍ବର ୫୦୨/୨୦୨୨ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରି ଅନୁସନ୍ଧାନ ଜାରି ରଖିଥିଲା ।ସିସିଟିଭି ଫୁଟେଜ କୁ ଯାଞ୍ଚ କରିବା ପରେ ପୋଲିସ ତୋଟାଗାଁ ର ଅକ୍ଷୟ ପାହାନ(୪୦) ଙ୍କୁ ଗିରଫ କରିବା ସହ ତା ନିକଟରୁ ଚୋରି କରିଥିବା ୨୦ ହଜାର ଟଙ୍କା ଜବତ କରି ଅଭିଯୋଗ କାରୀ ଵିନୟ ମିଶ୍ର ଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି ।


