ଦୋଳଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗାମ

ଗଞ୍ଜାମ,(ବିନୋଦ ଚନ୍ଦ୍ର ପଲାଇ): ଉତ୍କଳ ଧାମରେ ବାରମାସରେ ତେର ପର୍ବ ପାଳନ ହୋଇଥାଏ । ସେଥ୍ ମଧ୍ୟରୁ ଗଞ୍ଜାମ ସହରର ବିଶ୍ଵ ପ୍ରସିଦ୍ଧ ଐତିହାସିକ ଦୋଳପୂର୍ଣ୍ଣମା ଯାତ୍ରା ଅନ୍ୟତମ, ଏହା ଓଡିଶାର ବହୁ ପୁରାତନ ଦୋଳଯାତ୍ରା ରୂପେ ବିଶ୍ଵଦରବାରରେ ନିଜସ୍ବ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହି ଦୋଳ ପୂର୍ଣ୍ଣମା ବହୁ ପ୍ରାଚିନ କାଳରୁ ପାଳିତ ହୋଇ ଆସୁଥିବା ଏହି ଉତ୍ସବ 1700 ଶତାବ୍ଦର ଶେଷ ବେଳକୁ ଆରମ୍ଭ ହୋଇ ପାଳିତ ହୋଇଆସୁଥିବା ବିଶ୍ୱାସ କରାଯାଏ, ସାମନ୍ତରା ସାହି ସ୍ଥିତ ମଦନ ମୋହନ ଗୋପାଳଜି ଠାକୁରଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଯାତ୍ରା ରେ ସହରର 16 ଟି ସାହି ଓ ଗ୍ରାମରେ ଗଢିଉଠିଥିବା ବିଷ୍ଣୁ ମନ୍ଦିରର ସହଯୋଗରେ ସାମୁହିକ ଉତ୍ସବ ରେ ରୂପାନ୍ତରିତ ହୋଇଛି, ଯାତ୍ରାରେ ପାଞ୍ଚଟି ଗ୍ରାମରେ ୧୬ଟି ଠାକୁରଙ୍କୁ ନେଇ ପ୍ରାୟ ଚାରିଶହ ବର୍ଷ ଧରି ପାଳନ ହୋଇଆସୁଛି, ଏପରିକି ୨ୟ ବିଶ୍ଵଯୁଦ୍ଧ ସମୟରେ ରାତ୍ର କାଳରେ ଆଲୋକ ନ ଜାଳିବାକୁ କଡା ନିର୍ଦ୍ଦେଶ ଥିଲେ ମଧ୍ୟ ଏହି ଯାତ୍ରା ସମୟରେ ଅତ୍ୟୁଜଳ ପଞ୍ଚ ଲାଇଟ୍ ଜଳାଇବା ପାଇଁ ସରକାର ଅନୁମତି ଦେଇଥିଲେ ଏବଂ ହଜାର, ହଜାର ମିଲିଟାରୀ ଯାନବାହାନ ରାଜପଥରେ ଯାତାୟତ କରୁଥିଲେ ମଧ୍ୟ ଯାତ୍ରା ସମୟରେ ଏହା ବନ୍ଦ ରହୁଥିଲା ଏବଂ ସେହି ରାଜପଥ ଉପରେ ଯାତ୍ରା ଅନୁଷ୍ଠିତ ହେଉଥିଲା । ଏହି ଯାତ୍ରା ’ଗୋରା ସରକାରଙ୍କୁ ଏତେ ବିମୋହିତ କରିଥଲା ଯେ, ସେମାନେ ଏହି ଯାତ୍ରା ଉପଭୋଗ କରି ଏହାର ର ମଜା ନେଉଥିଲେ । ଫାଲୁଗୁନ ଶୁକ୍ଳ ଏକାଦଶୀ ତିଥୁରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ, ସମୟ ଅନୁସାରେ ଏହି ଯାତ୍ରା ଶୈଳିରେ ପରିବର୍ତ୍ତନ ଘସଟିଛି, ଐତିହାସିକ ଦୌଳଯାତ୍ରା ବିଶ୍ୱପ୍ରସିଦ୍ଧ ର ମାନ୍ୟତା ପାଇଥିବା ଇତିହାସ ପୃଷ୍ଠାରୁ ଜଣାପଡେ, ପ୍ରାୟ ୪୦୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ଏହି ଦୌଳଯାତ୍ରା,
। ସାମନ୍ତରାସାହିର ସାମନ୍ତରା ବଂଶର ଆଧ୍ୟାତ୍ମିକ ପୁରୁଷ ଗଦାଧର ସାମନ୍ତରା ବୃନ୍ଦାବନରେ ୪୫ ଦିନ ଦୋଳଯାତ୍ରା ହେଉଥିବା ବେଳେ, ପଞ୍ଚଦିନ ପାଇଁ ଗଞ୍ଜାମରେ ଯାତ୍ରା କରିବା ପାଇଁ ଅନୁମତି ଆଣିଥିଲେ। ବୃନ୍ଦାବନରୁ ଗୋପାଳଳୀଙ୍କ ପ୍ରତିମୂର୍ତ୍ତି ମସ୍ତକରେ ଧରି ଚାଲି ଚାଲି ଗଞ୍ଜାମ ସହର ପର୍ଯ୍ୟନ୍ତ ଅଣିଥିଲେ। ପରେ ଗୋପାଳ ସ୍ୱାମୀଙ୍କୁ ନେଇ ଗ୍ରାମବାସୀ ଯାତ୍ରା କରୁଥିବା ବେଳେ, କେଉଁ କରଣରୁ ପ୍ରତ୍ୟେକ ସାହିରେ ଗୋଟିଏ, ଗୋଟିଏ ବିଷ୍ଣୁ ମନ୍ଦିର ପ୍ରତିଷ୍ଠା କରି ପରବର୍ତ୍ତୀ ସମୟରେ ପ୍ରତ୍ୟେକ ସାହିରେ ଯାତ୍ରା କରାଗଲା । ।
ଅତୀତରୁ ଏଯାବତ୍ ସମସ୍ତ ଜାତିର ଲୋକଙ୍କୁ ଠାକୁରଙ୍କ ସେବା ସୁଯୋଗ ଦିଆଯାଇଛି। ଗଉଡ଼ ସମ୍ପ୍ରଦୟ ମୁଖ୍ୟ ଠାକୁରଙ୍କ ଦୋଳି କନ୍ଧରେ ଧରି ପରିକ୍ରମା କରିଥାନ୍ତି,ଠାକୁରଙ୍କ ଶୋଭାଯାତ୍ରାରେ ଅନୁସୂଚିତ ଜାତିଙ୍କୁ ଚାଙ୍ଗୁ ବଜ଼ାଇବା ସହ ମହାପ୍ରଭୁଙ୍କ ଛତି,ତରାସ,ଦୁଆରଗେଡ଼ା,ବାଡା ଧରିବା ପରମ୍ପରା ରହିଛି। ଦିହୁଡ଼ି ଧରନ୍ତି ବାରିକ ମାନେ, ପୂଜକ ହେଉଛନ୍ତି ବ୍ରାହ୍ମଣ ସମ୍ପ୍ରଦାୟର। ଗୋଲା ସମ୍ପ୍ରଦାୟ କାହାଳି ବଳାଇଛନ୍ତି । ଏହି ଯାତ୍ରାରେ ଯୋଡ଼ି ହୋଇ ରହିଛି ଗଞ୍ଜାମର ଲୋକକଳା । ପ୍ରହଲ୍ଲାଦ ନାଟକରୁ ଆରମ୍ଭ କରି କୃଷ୍ଣଲୀଳା, ଭାରତଲୀଳା, ଦାସକାଠି, ଗାହାଣୀ, ଘୋଡା ନାଚ ସହିତ ପାରମ୍ପରିକ ଏବଂ ବର୍ତ୍ତମାନ ଆଧୁନିକ ନୃତ୍ୟଗୀତ ମଧ୍ୟ ପରିବେଷିତ ହେଉଛି। ପୂର୍ବରୁ ଠାକୁରଙ୍କ ଦୋଳି ଏବଂ କୁଞ୍ଜ କାରୁକାର୍ଯ୍ୟ ନିର୍ମାଣ କରୁଥିଲେ ସାହି ଏବଂ ଗାଁ ବାସିବା, କିନ୍ତୁ ଆଜି କାରିଗରକୁ ଦେଉଛନ୍ତି | ଫଗୁ ଖେଳ, ଠାକୁରଙ୍କ ନିକଟରେ ରାଜାଗ୍ନୀ ସାଙ୍ଗକୁ ଠାକୁରଙ୍କ ପୂର୍ବ ଚିହ୍ନଟ ସ୍ଥାନ ଅତୀତର କଥା କହୁଛି । ପୂର୍ଵ ଗଞ୍ଜାମ ଯାତ୍ରାର ବଜ଼ାର ଯାତ୍ରାକୁ ମହିଳା ମାନଙ୍କୁ ବାରଣ ଥିଲା, ସେମାନଙ୍କ ପାଇଁ ସାହି ଯାତ୍ରା ଅନୁଷ୍ଠିତ ହୋଇଥିଲା, ବର୍ତମାନ ସେହି କଟକଣା ଆଉ ନାହିଁ,ଏହି ଦୌଳ ଯାତ୍ରାର ଅନ୍ୟତମ ଆକର୍ଷଣ ଚିତାକର୍ଷ ଦୌଳ ବିମାନ ଗୁଡିକ ସୁଶୋଭିତ ହେବା, ଗଞ୍ଜାମର ଏହି ଦୌଳଯାତ୍ରା ତତତ୍କାଳୀନ ଖଲ୍ଲିକୋଟ ରାଜା ସାହେବ ହରିହର ମର୍ଦ୍ଧରାଜଙ୍କୁ ସମ୍ପୂର୍ଣ ପ୍ରଭାବିତ କରିଥିଲା, ସେ ମଧ୍ୟରେ ନିଜ ରାଜ୍ୟରେ ଏହିଭଳି ଯାତ୍ରା ଆୟୋଜନ କରି, ଦେଖିବା ପାଇଁ ଗଞ୍ଜାମ ବାସିଙ୍କୁ ନିମନ୍ତ୍ରଣ କରିଥିବା ଶୁଣିବାକୁ ମିଳେ,ଗଞ୍ଜାମ ଯାତ୍ରାରେ ଲୋକକଳା ନାଟକ ଦେଖି, ପରବର୍ତୀ ସମୟରେ ହେଉଥିବା ଅନ୍ୟ ଗ୍ରାମରେ ହେଉଥିବା ଯାତ୍ରା ପାଇଁ ନାଟକ ବାହାଣା ହୋଇଥାଏ,ଏହି ଯାତ୍ରାରେ ଚଣା, ସାକାର, ଓ ଆମ୍ବ ଭୋଗର ଗୁରୁତ୍ବ ରହିଛି, ଠାକୁର ମାନେ ବଜ଼ାର ଯାତ୍ରାରୁ ମନ୍ଦିର ଫରିବା ପରେ ଏହି ତିନଟି ଜିନିଷ ଠାକୁରଙ୍କୁ ଭୋଗ ଲାଗେ, ତାହା ପୂର୍ଵରୁ ନୁହେଁ,ଏହି ଦିନ ଭୋଗ ଲାଗିବା ପରେ ଜନସାଧାରଣ କଞ୍ଚା ଆମ୍ବ ଖାଇବା ଆରମ୍ବ କରନ୍ତି, ଭାରତରେ ଗଞ୍ଜାମ ସହରର ଜାତୀୟ ରାଜପଥ (5)ରେ ଏହି ଦୌଳଯାତ୍ରା ପାଇଁ ଜାତୀୟ ରାଜପଥ ପ୍ରାୟ 30ଘଣ୍ଟା ବନ୍ଦ ରହୁଥିଲା,ଦେଶର ଅନ୍ୟ କେଉଁ ସ୍ଥାନରେ ଏହିପରି ଦେଖିବାକୁ ମିଳିନାହିଁ,ବର୍ତମାନ ବାଇପାସ ହୋଇଜୀବାରୁ, ଜାତୀୟରାଜପଥ ବନ୍ଦ କରିବାକୁ ପଡୁନି,ବର୍ତମାନ ପରମ୍ପରା ବଦଳିଯାଇଛି, ସମୟ ଅନୁସାରେ ଯାତ୍ରା ଅନୁଷ୍ଠିତ ହେଉଛି,
ଚଳିତ ବର୍ଷ ଲକ୍ଷାଧିକ ଜନ ସମାଗମ ମଧ୍ୟରେ ଐତିହାସିକ ଦୌଳଯାତ୍ରାରେ16ଟି ଠାକୁରଙ୍କ ମହାମିଳନ ପୁରୁଣା ଜାତୀୟ ରାଜପଥ ବଡ଼ବଜ଼ାର ଠାରେ ଅନୁଷ୍ଠିତ ହୋଇଥିଲା ଆଜି,ଶାନ୍ତି ଶୃଙ୍ଖଳା ପାଇଁ ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ, ଗଞ୍ଜାମ ଆଇଆଇସି ସୁମିତ୍ରା ପାତ୍ରଙ୍କ ତତ୍ୱାବଧାନରେ ପୋଲିସ, ପ୍ରଶାସନ ପକ୍ଷରୁ ତିନି ଜନ ଏକଜ୍ୟୁଟ ମାଜିଷ୍ଠିର, ଆଠ ଇନିସ୍ପେଟର, ଅତିରିକ୍ତ ଏସପି, ଏସଡିପିଓ, କ୍ରାଇମ ଡିଏସପି 20 ପ୍ଳାଟୁନ ପୋଲିସ, ନିୟୋଜିତ ହୋଇଛନ୍ତି, ସେହିପରି ଗଞ୍ଜାମ ଏନଏସି ପକ୍ଷରୁ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆ ତତ୍ୱାବଧାନରେ ଷ୍ଟିଟ ଲାଇଟ, ପରିମକଳ କାର୍ଯ୍ୟକ୍ରମ ଫୋକସ କରାଯାଇଥିବା ବେଳେ, ଠାକୁର ବସିବା ସ୍ଥାନ ଚିହ୍ନଟ କରାଯାଇ ମାର୍କିଙ୍ଗ କରାଯାଇଥଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ