ଦୋଳ ପୁର୍ଣିମା ଅବସରରେ ଗାଁ ରେ ନିଆରା ପରାମ୍ପରା ନିଆରା ଖେଳ , ଦହି ହାଣ୍ଡି ଭଙ୍ଗା
ଦୋଳ ପୁର୍ଣିମା ଅବସରରେ ଗାଁ ରେ ନିଆରା ପରାମ୍ପରା ନିଆରା ଖେଳ , ଦହି ହାଣ୍ଡି ଭଙ୍ଗ
ଉଦଳା(ରାଜୀବ ବେହେରା ): ରଙ୍ଗର ପର୍ବକୁ ଖୁବ ଆନନ୍ଦର ସହିତ ପାଳନ କରୁଛନ୍ତି ଲୋକେ l ଏହି ଅବସରରେ ପୁର ପଲ୍ଲୀରେ ଲୋକଙ୍କ ଭିତରେ ଭାଇଚରା ର ପର୍ବ ରଙ୍ଗ ପର୍ବ l ଲୋକଙ୍କ ଭିତରେ ସୁ ସମ୍ପର୍କ ଏବଂ ପରସ୍ପର ଭିତରେ ସମ୍ପର୍କ କୁ ଦୃଢ଼ କରିଥାଏ l ସମସ୍ତେ ପରସ୍ପର କୁ ରଙ୍ଗ ବୋଳା ବୋଳି କରିଥାନ୍ତି, ଯାହା ନିଆର ଏକ ପର୍ବ ରଙ୍ଗ ର ପର୍ବ l ବିଶେଷ କରି ଗ୍ରାମାଞ୍ଚଳ ମାନଙ୍କରେ ପବିତ୍ର ଦୋଳ ପୁର୍ଣିମାରେ ବେଶ ଉତ୍ସବ ମୁଖର ହୋଇ ଥାଏ l ସେହିଭଳି ଖୁଣ୍ଟା ଭୋଳା ଗଡିଆ ଗ୍ରାମପଞ୍ଚାୟରେ ଏକ ନିଆର ହୋଲି ଖେଳ ଦେଖିବାକୁ ମିଳିଛି l ବହୁ ପୁରାତନ ପ୍ରଥାକୁ ଆଜିଯାଏଁ ପାଳନ କରିଆସୁଛନ୍ତି l ଯାହା ଆଜିର ଦୁନିଆରେ ଅନ୍ୟ ମାନଙ୍କ ପାଇଁ ଭିନ୍ନ ଏକ ଉଦାହରଣ ସୃଷ୍ଟି କରିଛି l ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଭୋଳାଗଡିଆ ଗ୍ରାମପଞ୍ଚାୟତ ଅଧିନ ଡବକ ଗ୍ରାମ ଏଭଳି କିଛି ନିଆରା ଚିତ୍ର ସାମ୍ନାକୁ ଆସିଛି l ଦୋଳ ପୁର୍ଣିମା ଉପଲକ୍ଷେ ଦୁଇଦିନ ଧରି ରଙ୍ଗର ଉତ୍ସବ ଧୂମାଧାମର ସହିତ ପାଳନ କରାଯାଇ ଥାଏ l ପ୍ରଥମ ଦିବସରେ ଦୋଳ ପୂର୍ଣ୍ଣମା ଅନୁଷ୍ଠିତ ହୋଇ ଥାଏ ଏଥି ସହିତ ..ଶ୍ରୀ ରାଧା କୃଷ୍ଣ ଙ୍କ ପ୍ରତିମୂର୍ତ୍ତି ପୂଜା ଭଜନ କୀର୍ତନ ଅନୁଷ୍ଠିତ ହୋଇ ଥାଏ l ଦ୍ୱିତୀୟ ଦିବସରେ ରଙ୍ଗର ପର୍ବକୁ ଆହୁରି ଧୂମଧାମ ର ସହିତ ପାଳିତ ହୋଇ ଥାଏ, ଦ୍ୱିତୀୟ ଦିବସରେ ମୁଖ୍ୟ ଆକର୍ଷଣ ଦହି ହାଣ୍ଡି ଭଙ୍ଗା, ଯେଉଁ ପ୍ରଥା ପରମ୍ପରା ଆଜିର ନୁହଁ ବହୁ ପୁରାତନ l ଦହି ହାଣ୍ଡି ଭାଙ୍ଗିବା ଖେଳ ନିଆର ଖେଳ ପ୍ରତି ବର୍ଷ ଏହି ରଙ୍ଗର ପର୍ବ ଦ୍ୱିତୀୟ ଦିବସରେ ଅନୁଷ୍ଠିତ ହୋଇ ଥାଏ, ପୁରା ଗାଁ ର ଗ୍ରାମବାସୀ ଙ୍କ ମିଳିତ ସହଯୋଗ ରେ ଏହି ଖେଳ ଆୟୋଜନ କରାଯାଇ ଥାଏ l ଏହି ଖେଳରେ ଦୂର ଦୂରlନ୍ତରୁ ବହୁ ଦଳ ମାନଙ୍କ ର ଆଗମନ ହୋଇ ଥାଏ l ବହୁ ସଂଖ୍ୟାରେ ଲୋକ ଏହି ଦହି ହାଣ୍ଡି ଭଙ୍ଗା ଖେଳକୁ ଦେଖିବାକୁ ଆସିଥାନ୍ତି, ପ୍ରlୟ ୨/୩ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇ ଥାଏ l ଏହି ଖେଳରେ ଭାଗ ନେଇ ଥିବା ଦଳ ମାନଙ୍କ ଭିତରେ ଯେଉଁ ଦଳ ବିଜୟୀ ହୁଅନ୍ତି, ସେହି ଦଳକୁ ପୁରସ୍କାର ରାଶି ଦିଆଯାଇ ଥାଏ l ଏହି ଖେଳ ଏକ ଶୃଙ୍ଖଳିତ ଖେଳ, ଦହି ହାଣ୍ଡିଟି ପ୍ରlୟ ୪୦ରୁ ୫୦ ଫୁଟ ଉପରେ ଥିବା ହାଣ୍ଡି କୁ ଭାଗ ନେଇଥିବା ଦଳ ସଙ୍ଘ ବୋଧ ହୋଇ ନିଜ କାନ୍ଧ ଉପରେ ଚଢି ଦହି ହାଣ୍ଡି କୁ ଭାଙ୍ଗିଥାନ୍ତି ଓ ସେହି ଦଳ 3000 ଟଙ୍କା ପୁରସ୍କାର ରାଶି ପାଇ ଥାନ୍ତି l ଦହି ହାଣ୍ଡି ର ତଳ ପାଦଦେଶରେ ଖେଳାଳି ମାନଙ୍କ ସୁରକ୍ଷିତ ରହିବା ପାଇଁ କାଦ କରାଯାଇଥାଏ l
ତେବେ ଏହି ଖେଳ ରେ ଏ ବର୍ଷ ଆଠ ଗୋଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ, ଦଳ ମାନଙ୍କ ମଧ୍ୟରେ ନୁଆସାହି ଦଳ ଦହି ହାଣ୍ଡି ଭାଙ୍ଗି ପ୍ରଥମ ପୁରସ୍କାର ଗ୍ରହଣ କରିଛନ୍ତି l