ଦୋଷୀଙ୍କୁ ଉଚିତ ଦଣ୍ଡ ଦିଆଯାଉ – ବିଜେପି

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ବାଲେଶ୍ୱର ବାସୀଙ୍କର ବହୁଦିନର ସ୍ୱପ୍ନ ଏବଂ ଆକାଂକ୍ଷାର ତାମୁଳିଆ ଉଡନ୍ତା ପୋଲ ନରେନ୍ଦ୍ର ମୋଦି ସରକାରଙ୍କ ସମୟରେ ପୂରଣ ହୋଇଥିଲା । ଗତ ଫେବୃୟାରୀ ୧୫ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦ୍ୱାରା ଉଦଘାଟନ ହୋଇଥିଲେ ମଧ୍ୟ ଭାରି ଯାନ ଗୁଡିକ ଚଳାଚଳ ବନ୍ଦ କରାଯାଇଥିଲା । ଗତ ଦୁଇ ତିନି ମାସ ପୂର୍ବରୁ ଏହି ବ୍ରିଜ ଉପରେ ଭାରି ଯାନ ଗୁଡିକ ଯାତାୟତ ପାଇଁ ଅନୁମତି ଦିଆଯାଇଥିଲା । ୪୨ କୋଟିରୁ ଅଧିକ ମୂଲ୍ୟରେ ତିଆରି ହୋଇଥିବା ଉଡନ୍ତା ପୋଲ ଆଜି ଦବି ଯାଇଅଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ରାଜ୍ୟ ସରକାର ଏବଂ ସରକାରୀ ଅଫିସର ବହୁ ମାତ୍ରାରେ ପିସି ଖାଇ ଏହି ପୋଲକୁ ଏହି ଅବସ୍ଥାରେ ନେଇ ଆସିଛନ୍ତି । ରାଜଲକ୍ଷ୍ମୀ କଂଷ୍ଟ୍ରକ୍ସନ ଦ୍ୱାରା ତିଆରି ହୋଇଥିବା ଏହି ପୋଲକୁ ପୂର୍ତ୍ତ ବିଭାଗ ଦ୍ୱାରା ତଦାରଖ କରାଯାଉଥିଲା । ଏଭଳି ନିମ୍ନ ମାନର କାର୍ଯ୍ୟ କରିଥିବା କଂଷ୍ଟ୍ରକ୍ସନ କମ୍ପାନୀ ବିରୁଦ୍ଧରେ ଦୃଢ ପଦକ୍ଷେପ ସହିତ ପୂର୍ତ୍ତ ବିଭାଗର ଅଫିସରମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ । ସାଧାରଣ ଲୋକଙ୍କ ପଇସାରେ ନିର୍ମିତ ଏହି ପୋଲର ନିମ୍ନମାନ କାମକୁ ସିବିଆଇ ଦ୍ୱାରା ତଦନ୍ତ କରିବାକୁ ଅନୁରୋଧ କରାଯାଇଛି । ଯଦି ଏହାର ଉଚ୍ଚ କର୍ତ୍ତୃପକ୍ଷ ଦ୍ୱାରା ତଦନ୍ତ କରାନଯାଏ ତେବେ ବିଜେପି ରାଜ ରାସ୍ତାକୁ ଉହ୍ଲାଇବ ବୋଲି ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର ବିଜେପି ପକ୍ଷରୁ ଦାବୀପତ୍ର ଦିଆଯାଇଅଛି । ଉକ୍ତ ପ୍ରତିନିଧି ମଣ୍ଡଳରେ ପର୍ଶୁରାମ ବେହେରା, ଉମାକାନ୍ତ ମହାପାତ୍ର, ଗୌରାଙ୍ଗ ଦାସ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ସୀତାକାନ୍ତ ସ୍ୱାଇଁ, ବିକାଶ ପାଢୀ, ରାକେଶ ପାଢୀ, ଅବିନାଶ ସେଠୀ, ପବନ କମିଳା, ଶକ୍ତି ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ