ଦ୍ବାଦଶ କରଞ୍ଜିଆ ମହୋତ୍ସବ ପାଇଁ କମିଟି ଗଠିତ

କରଞ୍ଜିଆ, ( ଜିତେନ୍ଦ୍ର ରାଜ):ଦ୍ୱାଦଶ କରଞ୍ଜିଆ ମହୋତ୍ସବ ପାଇଁ କମିଟି ଗଠିତ। ଆଜି ସନ୍ଧ୍ୟା ୬ ଘଟିକା ସମୟ ରେ ନୃତ୍ୟଶ୍ରୀ ଅନୁଷ୍ଠାନ ସମ୍ମିଳନୀ ଗୃହ ରେ କମିଟି ର ସଭାପତି ପି ଏ ଆଇ ଟି ଡି ଏ ଚିତ୍ତ ରଂଜନ ମହାନ୍ତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ କୋଷାଧ୍ୟକ୍ଷ କର୍ଣ୍ଣାର୍ଜୁନ ସାହା ସମସ୍ତ ଙ୍କୁ ସ୍ୱାଗତ କରିବା ସହିତ ଗତ ବର୍ଷ ର ବିବରଣୀ ପାଠ କରିଥିଲେ । ପରେ ସଭାପତି ଚଳିତ ବର୍ଷ ପାଇଁ କମିଟି ଗଠନ ପାଇଁ ପ୍ରସ୍ତାବ ରଖିଲେ ଓ ଚଳିତ ବର୍ଷ ସଭାପତି ପାଇଁ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ଙ୍କ ନାମ ଘଷଣା କରିଥିଲେ। ତେବେ ଚଳିତ ବର୍ଷ କମିଟି ରେ ସଭାପତି ଭାବେ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ, ପ୍ରୋଗ୍ରାମ ଇନ୍ ଚିଫ ପି ଏ ଆଇ ଟି ଡି ଏ ଚିତ୍ତ ରଂଜନ ମହାନ୍ତ ରହିଲେ ଏବଂ ଉପ ସଭାପତି ଭାବେ ଡିଏଫ୍ ଓ ଶ୍ରୀକାନ୍ତ ନାୟକ ଓ ଉପଖଣ୍ଡ ପୋଲିସ ଅଧିକାରୀ ନବ ରଂଜନ ନାୟକ ରହିଲେ ସେହିପରି କାର୍ଯ୍ୟକାରି ସଭାପତି ଭାବେ ଓକିଲ ସଂଘ ସଂପାଦକ ଦିବ୍ୟ ପ୍ରସାଦ ସାହୁ, ସଂପାଦକ ଭାବେ ରୋହିତ କୁମାର ପୃଷ୍ଟି, ଯୁଗ୍ମ ସମ୍ପାଦକ ପିପୁନ ସାହୁ, କଷାଧ୍ୟକ୍ଷ ଭାବେ ପ୍ରେସ କ୍ଳବ୍ ସଂପାଦକ କର୍ଣାର୍ଜୁଁନ ସାହା, ସହ କଷାଧ୍ୟକ୍ଷ ବିଜୟ କୁମାର ବାରିକ,ସଂଗଠନ ସଂପାଦକ ଏନ୍ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଂଜନ ସେଠି,କାର୍ଯ୍ୟକ୍ରମ ସଞ୍ଜଜକ ଉମା ଶଙ୍କର ଦାସ, ସଂଜୟ କୁମାର ଅଗ୍ରୱାଲା, ସମୀର ଓତା ଓ କବିତା ମହାନ୍ତ ଙ୍କୁ ଦାୟିତ୍ଵ ପ୍ରଦାନ କରାଗଲା। ସେହିପରି ଅତିଥି ସତ୍କାର ନିମନ୍ତେ ସରକାରୀ ଓକିଲ ଜଗ ମୋହନ ମହାନ୍ତ, ସୁରଜ ସିଂ, ମହେଶ୍ୱର ନାୟକ, ସୁଧୀର କୁମାର ଅଗ୍ରୱାଲା ଓ ନମିତା ଘଣ୍ଟିଆଲି ପ୍ରମୂଖ ଙ୍କୁ ଦାୟିତ୍ଵ ପ୍ରଦାନ କରାଗଲା। ମହୋତ୍ସବ ର ମୁଖପତ୍ର ମାଟିର ମହକ ର ମୁଖ୍ୟ ସମ୍ପାଦକ ତହସିଲଦାର ଦାୟିତ୍ଵ ରେ ଥିବା ବେଦବ୍ୟାସ ଭୋଇ ଙ୍କୁ ଦାୟିତ୍ଵ ପ୍ରଦାନ କରାଗଲା। ସମସ୍ତ କାର୍ଯ୍ୟ ତଦାରଖ ନିମନ୍ତେ ବିଡ଼ିଓ ପ୍ରଦୁମ୍ନ୍ୟ କୁମାର ନାୟକ ଙ୍କୁ ଦାୟିତ୍ଵ ପ୍ରଦାନ କରାଗଲା।ଚଳିତ ବର୍ଷ ମହୋତ୍ସବ ଏପ୍ରିଲ ମାସ ୬ ତାରିଖ ରୁ ଆରଂଭ ହୋଇ ୯ ତାରିଖ ରେ ଶେଷ ହେବ ବୋଲି ଚୁଡାନ୍ତ ନିଷ୍ପତି ଗ୍ରହଣ କରାଗଲା। ବୈଠକ ରେ ମହୋତ୍ସବ ର ବାର୍ଷିକ ମୁଖପାତ୍ର ମାଟିର ମହକ ପ୍ରକାଶ ନିମନ୍ତେ ମୁଖ୍ୟ ସଂପାଦକ ଙ୍କୁ ଉମାଶଙ୍କର ଦାସ, କର୍ଣାର୍ଜୁଁନ ସାହା ଓ ଦିବ୍ୟ ପ୍ରାସାଦ ସାହୁ ସାହଯ୍ୟ କରିବେ । ପୁଣି ସମ୍ବର୍ଦ୍ଧିତ ପ୍ରତିଭା ଚୟନ କମିଟି ରେ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ, ପି ଆଇ ଆଇ ଟି ଡି ଏ ଚିତ୍ତ ରଂଜନ ମହାନ୍ତ,କର୍ଣାର୍ଜୁଁନ ସାହା, ଦିବ୍ୟ ପ୍ରସାଦ ସାହୁ ଉମାଶଙ୍କର ଦାସ ପିପୁନ ସାହୁ ଓ ସଂଜୟ କୁମାର ଅଗ୍ରୱାଲା ଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା। ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଉମାଶଙ୍କର ଦାସ, ଆଇନଜୀବୀ ଜଗ ମୋହନ ମହାନ୍ତ, ସମୀର ଅତା, ଆଶିଷ ରଂଜନ ମହାନ୍ତ, ବିଜୟ କୁମାର ବାରିକ, ସୁରଜ କୁମାର ସିଂ, କବିତା ମହାନ୍ତ, ନମିତା ଘଣ୍ଟିଆଳି,ସେକ ଗୁଡୁ ,ମହେଶ୍ୱର ନାୟକ, ନରେଶ ପୁଥ।ଳ, ଟୁନା ବାବୁ ପ୍ରମୁଖ ଉପସ୍ଥିତ ଥିଲେ. ଶେଷ ରେ କର୍ଣ୍ଣାର୍ଜୁନ ସାହା ସମସ୍ତ ଙ୍କୁ ଧନ୍ୟବାଦ୍ ପ୍ରଦାନ କରିବା ପରେ ସଭାପତି ସଭା ସାଙ୍ଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ