ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ମେଳାର ଦ୍ବିତୀୟ ଦିବସ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଭଞ୍ଜନଗର ଉପସେବାକେନ୍ଦ୍ର ତରଫରୁ ନିଳାଦ୍ରୀ ବିହାର -୨ୟ ଲାଇନ୍ ସ୍ଥ ଶାନ୍ତି ସ୍ରୋତ ଭବନଠାରେ ଆୟୋଜିତ ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ଦିବ୍ୟ ଦର୍ଶନ ମେଳାର ଦ୍ବିତୀୟ ଦିବସ ମହାଆଡମ୍ବର ରେ ପାଳନ ହୋଇଯାଇଛି । ଆକର୍ଷଣର କେନ୍ଦ୍ରବିନ୍ଦୁ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀ ଦେବଦତ୍ତ ପଟ୍ଟନାୟକ ଆଧ୍ୟାତ୍ମିକ ଭାବପୂର୍ଣ୍ଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ପରମାତ୍ମାଙ୍କ ସାନ୍ନିଧ୍ୟ ଦ୍ଵାରା ସ୍ବ ପରିବର୍ତ୍ତନ ସହ ଶୃଙ୍ଖଳିତ ସମାଜ ଗଠନ ସହଜ ସାଧନ ହୁଏ ବୋଲି ମତ ରଖିଥିଲେ। ଉକ୍ତ ଉପସେବା କେନ୍ଦ୍ରର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ସନ୍ତୋଷିନୀ ଭଉଣୀ ପରମାତ୍ମାଙ୍କ କର୍ତ୍ତବ୍ୟ, ସୃଷ୍ଟିକର୍ତ୍ତା ଶିବ ଓ ସଂହାରକର୍ତ୍ତା ଶଙ୍କର ମଧ୍ୟରେ ଥିବା ସମ୍ପର୍କ ଉପସ୍ଥାପନ କରିଥିଲେ । ସମ୍ମାନିତ ଅତିଥି ରୂପେ ପ୍ରାର୍ଥନା ଚ୍ୟାନେଲର ସମ୍ବାଦଦାତା ପ୍ରଦୀପ କୁମାର ସ୍ବାଇଁ ଉପସ୍ଥିତ ଥିଲେ। କୁନି କୁନି ଭାଇଭଉଣୀ ମାନଙ୍କ ଦ୍ଵାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ବ୍ରହ୍ମାକୁମାରୀ ନିରୁ ଭଉଣୀଙ୍କମଞ୍ଚ ପରିଚାଳନା ସହ ବ୍ରହ୍ମାକୁମାର ଅକ୍ଷୟ ଭାଇ ଧନ୍ୟବାଦ ଜଣାଇଥିଲେ । ବ୍ରହ୍ମାକୁମାରୀ ଅଲିଭା,ଅନିତା ଓ ବ୍ରହ୍ମାକୁମାର ବୈକୁଣ୍ଠ ଭାଇ ପୂର୍ଣ୍ଣ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ