ଦ୍ବିତୀୟ ଟେଷ୍ଟ : ବୋଲରଙ୍କ ବଢିଆ ପ୍ରଦର୍ଶନ ପରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ

କ୍ରୀଷ୍ଟଚର୍ଚ୍ଚ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦୟନୀୟ ପ୍ରଦର୍ଶନ ଜାରି ରହିଛି । ପ୍ରଥମ ଇନିଂସରେ ଭାରତ ୭ ରନ୍‌ରେ ଅଗ୍ରଣୀ ହାସଲ କରିଥିବା ବେଳେ ବ୍ୟାଟ୍ସମ୍ୟାନ୍‌ଙ୍କ ଖରାପ ପ୍ରଦର୍ଶନ କାରଣରୁ ଭାରତ ୯୦ ରନ୍‌ରେ ୬ ଓ୍ବିକେଟ୍‌ ହରାଇ ସଙ୍କଟରେ ପଡିଛି । ଭାରତର ଟପ୍‌ ଅର୍ଡର ବିଫଳ ହୋଇଥିବା ବେଳେ ଅନ୍ତିମ ମାନ୍ୟତାପ୍ରାପ୍ତ ଯୋଡି ଭାବରେ ହନୁମା ବିହାରୀ ଏବଂ ଋଷଭ ପନ୍ତ କ୍ରିଜ୍‌ରେ ଉପସ୍ଥିତ ଅଛନ୍ତି । ଭାରତ ପକ୍ଷରୁ ଚେତେଶ୍ବର ପୂଜାରା ସର୍ବାଧିକ ୨୪ ରନ୍‌ ସଂଗ୍ରହ କରିଛନ୍ତି । ଟ୍ରେଣ୍ଟ ବୋଲ୍ଟ ଘାତକ ବୋଲିଂ କରି ୩ଟି ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି । ଭାରତ ଯଦି ୧୮୦ ରନ୍‌ ମଧ୍ୟ ହାସଲ କରେ ତେବେ ବିଜୟ ହାସଲ ପାଇଁ ଭାରତ ନିକଟରେ ସୁଯୋଗ ରହିଛି । ରବିବାର ସକାଳୁ ଭାରତୀୟ ବୋଲର ଚମତ୍କାର ବୋଲିଂର ନିଦର୍ଶନ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସାମି ୪ଟି ଓ୍ବିକେଟ୍‌ ଅକ୍ତିଆର କରିଥିଲେ । ଯଶ୍‌ପ୍ରୀତ୍‌ ବୁମ୍‌ରା ୩ଟି, ଜାଡେଜା ୨ଟି ଏବଂ ଉମେଶ ଯାଦବ ଗୋଟିଏ ଓ୍ବିକେଟ ଅକ୍ତିଆର କରିବାରୁ ଭାରତ ୭ ରନ୍‌ରେ ଅଗ୍ରଣୀ ହାସଲ କରିଥିଲା । ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟମ୍‌ ଲାଥାମ୍‌ ସର୍ବାଧିକ ୫୨ ରନ୍‌ ସଂଗ୍ରହ କରିଥିବା ବେଳେ କାଇଲ୍‌ ଜାମିସାନେ ୪୯ ଏବଂ କଲିନ୍‌ ଡି ଗ୍ରାଣ୍ଡହୋମ୍‌ ୪୪ ରନ୍‌ ସଂଗ୍ରହ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ