ଦ୍ବିତୀୟ ଦିନିକିଆ ସହ ସରିଜ୍ ଜିତିଲା ନ୍ୟୁଜିଲାଣ୍ଡ

ଅକ୍ଲାଣ୍ଡ: – ଦ୍ବିତୀୟ ଦିନିକିଆରେ ୨୭୪ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଟିମ୍ ଇଣ୍ଡିଆ ୨୫୧ ରନରେ ଅଲଆଉଟ୍ ହୋଇଯାଇଛି। ଫଳରେ ପ୍ରଥମ ୨ଟି ମ୍ୟାଚ୍ ଜିତି ନ୍ୟୁଜିଲାଣ୍ଡ ୩ ମ୍ୟାଚ୍ ବିଶିଷ୍ଟ ସିରିଜକୁ କବ୍ଜା କରିନେଇଛି। ୨ୟ ମ୍ୟାଚରେ କିୱି ଦଳ ଭାରତକୁ ୨୨ ରନରେ ପରାସ୍ତ କରିଛି। ଭାରତ ପ୍ରଥମେ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଭଲ ଆରମ୍ଭ କରିଥିଲା। ଦୁଇ ଓପନର ମାର୍ଟିନ ଗୁପଟିଲ ଏବଂ ହେନରୀ ନିକୋଲ୍ସ ପ୍ରଥମ ୱିକେଟରେ ୯୩ ରନ୍ର ଭାଗିଦାରି କରିଥିଲେ। ନିକୋଲ୍ସ ଆଉଟ୍ ହୋଇଯିବା ପରେ ଟମ୍ ବ୍ଲଣ୍ଡେଲ ଏବଂ ଗୁପ୍ଟିଲ ୨ ୱିକେଟ୍ ପାର୍ଟନରଶିପରେ ୪୯ ରନ୍ ଯୋଡ଼ିଥିଲେ। ୧୪୨ ରନରେ ଟମ୍ ବ୍ଲଣ୍ଡେଲ ଏବଂ ୧୫୭ ରନରେ ଗୁପଟିଲ ଆଉଟ ହୋଇଯାଇଥିଲେ। ଏହା ପରେ ଦଳ କ୍ରମାଗତ ୱିକେଟ ପତ୍ତନ ଘଟିଥିଲା। ଦଳ ୧୯୭ ରନରେ ୮ ୱିକେଟ ହରାଇ ସାରିଥିଲା। ଭାରତୀୟ ବୋଲରମାନେ ନ୍ୟୁଜିଲାଣ୍ଡକୁ ୨୨୦ ରନରେ ଅଟକାଇବେ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ରସ୍ ଟେଲର ଏବଂ ଜାମିଶନ ଦଳ ଆଉ କୌଣସି କ୍ଷତି ହେବାକୁ ନ ଦେଇ ସ୍କୋରକୁ ୨୭୩ ରନରେ ପହଞ୍ଚାଇଥିଲେ । ୨୭୪ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ଆରମ୍ଭରୁ ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ୱିକେଟ୍ ହରାଇ ଚାଲିଥିଲା। ଦଳର ଓପନିଂ ଯୋଡ଼ି ସମେତ ମିଡିଲ ଅର୍ଡର ମଧ୍ୟ ବିଫଳ ହୋଇଥିଲା। ଦଳ ପକ୍ଷରୁ କେବଳ ଶ୍ରେୟସ ଆୟାର ଭଲ ପ୍ରଦର୍ଶନ କରି ସର୍ବାଧିକ ୫୨ ରନ୍ ସଂଗ୍ରହ କରିବାରେ ସମର୍ଥ ହୋଇଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ