ଦ୍ବି ଦିବସିୟ ଫୁଟବଲ ଟୁର୍ନାମେଣ୍ଟ ନାଗରାବହାଲ ବିଜୟୀ
କୁଚିଣ୍ଡା, (ଲିପନ ନାଏକ):ବଡ଼ମାଳ ପଞ୍ଚାୟତ କୋଲପାଲ ଖେଳପଡ଼ିଆରେ ଦ୍ବି ଦିବସିୟ ଫୁଟବଲ ଖେଳ ହୋଇ ନାଗ୍ରାବହାଲ ବିଜୟ ହୋଇଯାଇଛି ମଙ୍ଗଳବାର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କବିତା ମୁଣ୍ଡା ଓ ସନ୍ନମାନୀତ ଅତିଥି ଭାବେ ଗ୍ରାମର ବରିଷ୍ଠ ନାଗରିକ ଗଣ ଆସି ଖେଳାଳି ଙ୍କ ଉତ୍ସହ ବଢ଼ାଇଥିଳେ l ଏହି ପେତିଯୋଗିତା ରେ ମୋଟ ୧୬ ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ପ୍ରଥମ ଦିନରେ ୮ ଟି ଦଳ ଖେଳି ପ୍ଲାଣ୍ଟିକ ରେ ମନ୍ତ୍ରୀମୁଣ୍ଡା କୁ ୨ ଗୋଲ ସ୍କୋର କରି ନାଗ୍ରାବହାଲ ଫାଇନାଲ କୁ ପହଂଚି ଥିଲା l ସେହିପରି ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଲାଇକେରା, କୁଚିଣ୍ଡା ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ସନ୍ନମାନୀତ ଅତିଥି ଭାବେ ବଡ଼ମାଳ ସରପଞ୍ଚ ନରେଶ କୁମାର ନାୟକ, କୋଲପାଳ ୱାର୍ଡ ସଭ୍ୟ କବିତା ମୁଣ୍ଡା, ପ୍ରକାଶ ଗୁପ୍ତା, ଶିବଲାସ ପଟେଲ ପ୍ରମୁଖ ଉପସ୍ଥିତ ରହି ଖେଳାଳି ଙ୍କୁ ସିଲ, କପ, ଟ୍ରଫି ପୁରସ୍କୃତ କରିବା ସହ ଯୁବପିଢ଼ି ଏହି ପରି ଲଗତାର ପ୍ରୟାସ କରି ରାଜ୍ୟ ଦେଶରେ ଗୌରବ ଅଣାନ୍ତୁ ବୋଲି କହିଥିଲେ l ସେହିପରି ଦ୍ୱିତୀୟ ଦିନରେ ନାଗ୍ରାବହାଲ ଓ ଫାଶୀମାଲ ମଧ୍ୟରେ ଘମାଘୋଟ ଖେଳ ହୋଇ ନାଗ୍ରାବହାଲ ବିଜୟ ହୋଇଥିଲା l ମେନ ଅଫ ଦ ମ୍ୟାଚ ଶୁଭମ, ମେନ ଅଫ ଦ ସ୍କୋର ରୋହନ , ଓ ବେଷ୍ଟ ଗୋଲ କିପର ଅତୁଲ୍ୟ ମୁଣ୍ଡା ହୋଇଥିଲେ l ଖେଳକୁ ପିଟି ବିଜୟ କୁମାର ଦେହୁରୀ, ରାଜିନ କାଲୋ ଓ ଅକ୍ଷୟ ମୁଣ୍ଡା ସୁଚାରୁ ରୂପେ ପରିଚାଳନା କରିଥିବା ବେଳେ ମଞ୍ଚ ପରିଚାଳନା ଯୁଗଳ ମୁଣ୍ଡା କରିଥିଲେ l କମିଟି ସଭାପତି ସୁଶାନ୍ତ ପଟେଲ, ସେକ୍ରେଟାରୀ ଯୁଗଳ ମୁଣ୍ଡା, କୋଷାଧକ୍ଷ ରାଜିନ ମୁଣ୍ଡା, ଶୁଭମ ମୁଣ୍ଡା, ରାଜେଶ ବଗର୍ତ୍ତୀ, କମଳ ମୁଣ୍ଡା,ହେମନ୍ତ ମୁଣ୍ଡା,ପ୍ରମୋଦ ମୁଣ୍ଡା, ନିରୋଜ ମୁଣ୍ଡା,ସଞ୍ଜନ ମୁଣ୍ଡା, ସମୀର ମଲ୍ଲିକ ପ୍ରମୁଖ ସାହାଯ୍ୟ ସହଯୋଗ କରିଥିବା ବେଳେ ସହ ସହ ଦର୍ଶକଙ୍କ ଭିଡ଼ ଖେଳାଳି ଙ୍କୁ ଅନେକ ଉସ୍ୱାହା କରିଥିଲେ l