ପଦ୍ମଶ୍ରୀ ଶାନ୍ତିଦେବୀଙ୍କ ବିୟୋଗରେ ଡ.ମହତାବ ପ୍ରତିଭା ସ୍ମୃତି ସଂସଦର ଶୋକ

ବାଲେଶ୍ୱର, (ସରୋଜ ପଣ୍ଡା) :-ବର୍ଷୀୟାନ ସମାଜସେବୀ ତଥା ଗାନ୍ଧୀବାଦୀ ନେତ୍ରୀ ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ବିୟୋଗରେ ସମଗ୍ର ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି । ବାଲେଶ୍ୱର ଜିଲ୍ଲା ସମେତ ଓଡ଼ିଶାର ଗର୍ବ ଓ ଗୌରବ ଭାବେ ଏ ମାଟି ଆଜି ତାଙ୍କୁ ଝୁରୁଛି ବୋଲି ଡ. ମହତାବ ପ୍ରତିଭା ସ୍ମୃତି ସଂସଦ ପକ୍ଷରୁ ଅନୁଷ୍ଠିତ ଶୋକସଭାରେ ମତ ପ୍ରକାଶ ପାଇଛି । ଡ. ମହତାବ ପ୍ରତିଭା ସ୍ମୃତି ସଂସଦର ପ୍ରତିଷ୍ଠାତା କବି ଭବେନ୍ଦ୍ରନାଥ ସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶୋକସଭାରେ ଗୁରୁ ହରେକୃଷ୍ଣ ବେହେରା କଳା ଓ ସଂସ୍କୃତି ମହାବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ କମଳାକାନ୍ତ ବିଶ୍ୱାଳ, ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଗୁରୁ ହରେକୃଷ୍ଣ ବେହେରାଙ୍କ ଧର୍ମପତ୍ନୀ ସମାଜସେବୀ ପଦ୍ମାବତୀ ବେହେରା, ସଙ୍ଗୀତ ଗରୁ ଗୌରାଙ୍ଗ ଚନ୍ଦ୍ର ପ୍ରଧାନ, ଅର୍ଜୁନ କୁମାର ଦଳାଇ, ଶିକ୍ଷାବିତ ବିଭୂତି କୁମାର ଦାସ, ଅରୁଣ କୁମାର ମିଶ୍ର ଓ ଦମୟନ୍ତୀ ସିଂ, ଜିତେନ୍ଦ୍ର ସାମଲ ପ୍ରମୁଖ ଯୋଗଦେଇ ଦିବଂଗତ ଶାନ୍ତିଦେବୀଙ୍କ ଜୀବନାଦର୍ଶ ଓ ଗରିବ ତଥା ଅସହାୟଙ୍କ ପ୍ରତି ତାଙ୍କର ଉତ୍ସର୍ଗୀକୃତ କାର୍ଯ୍ୟଧାରା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ତାଙ୍କର ଅବର୍ତ୍ତମାନ ସମାଜସେବା କ୍ଷେତ୍ରରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ଏହି ଶୋକସଭାରେ ବକ୍ତାମାନେ ମତ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ତାଙ୍କର ଫଟୋଚିତ୍ରରେ ପୁଷ୍ପ ଅର୍ପଣ ଓ ନିରବ ପ୍ରାର୍ଥନା ସହ ଶାକ୍ତିଦେବୀଙ୍କ ଅମର ଆତ୍ମା ପ୍ରତି ସମସ୍ତେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବିକାଶ ରଞ୍ଜନ ବିଶ୍ୱାଳ ଶେଷରେ ସମସ୍ତଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ