ଦ୍ରୁତଗତି ହେଲା କାଳ
ଦିଗପହଣ୍ଡି,(ଯୁଗାବ୍ଦ ନ୍ୟୁଜ୍): ଦିଗପହଣ୍ଡି ଥାନା ଅନ୍ତର୍ଗତ ଉପରାବସା ଫରେଷ୍ଟ ଗେଟ୍ ନିକଟରେ ଦ୍ରୁତଗତିରେ ବିନା ହେଲମେଟ୍ରେ ଆସୁଥିବା ବେଳେ ଏକ ପରିତ୍ୟକ୍ତ କାନ୍ଥକୁ ବାଡେଇ ହୋଇ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି ।ମୃତକ ଯୁବକ ଜଣକ ପରିଚୟ ନୂଆ ମଉଳଭଞ୍ଜ ଗ୍ରାମର ହରିବନ୍ଧୁ ପାତ୍ରଙ୍କ ପୁଅ ଶଙ୍କର ପାତ୍ର (୨୧) ଓ ନବୀନ ଗୈାଡଙ୍କ ପୁଅ ଦିପୁନ ଗୈାଡ ବୋଲି ଜଣାପଡିଛି ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟେବଚ୍ଛେଦ ନିମନ୍ତେ ମେଡିକାଲକୁ ପଠାଇଛି ।ଏହି ଖବର ପ୍ରଚାରିତ ପରେ ଦୁଇ ପରିବାରର ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।