ଦ୍ରୁତ ଅଭିବୃଦ୍ଧି ପଥରେ ମିରାଏ ଆସେଟ୍ ମ୍ୟୁଚୁଆଲ୍ ଫଣ୍ଡ୍
ନୂଆଦିଲ୍ଲୀ, (ଏଜେନ୍ସି): ମିରାଏ ଆସେଟ୍ ମ୍ୟୁଚୁଆଲ୍ ଫଣ୍ଡ୍ (ମିରାଏ ଆସେଟ୍ ଏମ୍ଏଫ୍) ଭାରତରେ ୧୦ରୁ ଅଧିକ ବର୍ଷ ପୂରଣ କରି ସାରିଛି । ଏହା ଭାରତୀୟ ମ୍ୟୁଚୁଆଲ୍ ଫଣ୍ଡ୍ ଶିଳ୍ପରେ ଏବେ ନିଜର ସ୍ଥିତିକୁ ଅତ୍ୟନ୍ତ ମଜବୁତ କରିଛି । ମିରାଏ ଆସେଟ୍ ମ୍ୟୁଚୁଆଲ୍ ଫଣ୍ଡ୍ର ପରିଚାଳନା ଅଧୀନ ସମ୍ପତି (ଏୟୁଏମ୍) ପରିମାଣ ୨୦୧୯ ମାର୍ଚ ୩୧ ସୁଦ୍ଧା ୨୭ ହଜାର କୋଟି ଟଙ୍କା ରହିିଛି । କମ୍ପାନୀ ୨୦୧୮ କ୍ୟାଲେଣ୍ଡର ବର୍ଷରେ ୫୦%ରୁ ଊଦ୍ଧ୍ୱର୍ ଅଭିବୃଦ୍ଧି ହାସଲ କରିଛି । ଏୟୁଏମ୍ ଅଭିବୃଦ୍ଧି ହାର ଅନୁସାରେ ମିରାଏ ଆସେଟ୍ ହେଉଛି ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ମ୍ୟୁଚୁଆଲ୍ ଫଣ୍ଡ୍ ଏବଂ ଏହାକୁ ଶିଳ୍ପର ଅଂଶଗ୍ରହଣକାରୀମାନେ ମଧ୍ୟ ସେହି ମାନ୍ୟତା ପ୍ରଦାନ କରିଛନ୍ତି । ବିଗତ ସାଢ଼େ ଚାରି ବର୍ଷରେ କମ୍ପାନୀର ଯାତ୍ରା ଆହୁରି ଉଲ୍ଲେଖନୀୟ ରହିଥିବା ବେଳେ ଏୟୁଏମ୍ରେ ୫୦ ଗୁଣରୁ ଅଧିକ ବୃଦ୍ଧି ହୋଇଛି । ୨୦୧୩ ମାର୍ଚ ୩୧ ସୁଦ୍ଧା କମ୍ପାନୀର ଏୟୁଏମ୍ ପରିମାଣ ୫୦୦ କୋଟି ଟଙ୍କା ରହିଥିଲା । ଏଏୟୁଏମ୍ ଅନୁସାରେ ମିରାଏ ଆସେଟ୍ ଭାରତର ଶ୍ରେଷ୍ଠ ୧୫ଟି ଏମ୍ଏଫ୍ ମଧ୍ୟରେ ସ୍ଥାନ ପାଇଥିବା ବେଳେ ଇକ୍ୱିଟି ସମ୍ପତି ଅନୁସାରେ ୧୨ତମ ସ୍ଥାନରେ ରହିଛି । ଏହା ଚଳିତ ମାର୍ଚ୍ଚ ୩୧ ସୁଦ୍ଧା ଏସିଇ ଏମ୍ଏଫ୍ର ତଥ୍ୟ ଅନୁସାରେ ପ୍ରକାଶ କରାଯାଇଛି । ମିରାଏ ଆସେଟ୍ ନିବେଶକ ଫୋଲିଓ ସଂଖ୍ୟାରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ହାସଲ କରିଥିବା ବେଳେ ୨୦୧୯ ମାର୍ଚ ୩୧ ସୁଦ୍ଧା ଏହା ପାଖରେ ୧୩.୯ ଲକ୍ଷ ନିବେଶକ ଫୋଲିଓ ରହିଛନ୍ତି । ଏସ୍ଆଇପି ପ୍ରବାହର ଅଭିବୃଦ୍ଧି ମଧ୍ୟ ଉଲ୍ଲେଖନୀୟ ରହିଛି । ଏଥିରେ ୧୦ ଗୁଣା ବୃଦ୍ଧି ହୋଇ ମାର୍ଚ୍ଚ ୩୧ ସୁଦ୍ଧା ୨୯ କୋଟିରୁ ୩୦୦ କୋଟି ଟଙ୍କାରେ ପହଞ୍ଚିଛି । ସୂଚନାନୁସାରେ ଏହି ଫଣ୍ଡ୍ର ଏନ୍ଏଫ୍ଓ ଏପ୍ରିଲ୍ ୨୩ରେ ଉନ୍ମୁକ୍ତ ହୋଇ ମାର୍ଚ୍ଚ ୭ରେ ବନ୍ଦ ହେବ । ଏହି ଫଣ୍ଡ୍ରେ ଲାର୍ଜ କ୍ୟାପ୍, ମିଡ଼୍ କ୍ୟାପ୍, ସ୍ମଲ୍ କ୍ୟାପ୍ ଏବଂ ସବୁ ପ୍ରକାର କ୍ଷେତ୍ରରେ ନିବେଶ କରିବାର ନମନିୟତା ରହିବ । ମିରାଏ ଆସେଟ୍ ମ୍ୟୁଚୁଆଲ ଫଣ୍ଡର ଭାରତରେ ୧୫ଟି ଶାଖା ରହିଛି ।