ଦ୍ଵିତୀୟ କର୍ପୋରେଟ ଦିବାରାତ୍ର କ୍ରିକେଟ ମ୍ୟାଚ ଉଦଯାପିତ

ପାରାଦୀପ, (ପୀତବାସ ପ୍ରଧାନ) :-ପାରାଦ୍ୱୀପ ବନ୍ଦର ତରଫରୁ ଆୟୋଜିତ ଦ୍ଵିତୀୟ ଦିବାରାତ୍ର କର୍ପୋରେଟ କ୍ରିକେଟ ମ୍ୟାଚର ଫାଇନାଲ ମ୍ୟାଚ ଆଜି ଆୟୋଜକ ପାରାଦ୍ୱୀପ ବନ୍ଦର  ଓ ପି ପି ଏଲ ମଧ୍ୟରେ ଗୋପବନ୍ଧୁ ଷ୍ଟାଡିଅମ ଠାରେ  ଆୟୋଜିତ ହୋଇଥିଲା I ପ୍ରଥମେ ବ୍ୟାଟିଂ କରି ପାରାଦ୍ୱୀପ ବନ୍ଦର ନିର୍ଦ୍ଧାରିତ 15 ଓଭରରେ 4 ଉଇକେଟ ହରାଇ  211 ରନ କରିଥିଲା I ଜବାବରେ  ପି ପି ଏଲ 9 ଉଇକେଟ ହରାଇ  ମାତ୍ର 152 ରନ କରି  ପାରିଥିଲା I ପାରାଦ୍ୱୀପ ବନ୍ଦର ମ୍ୟାଚଟିକୁ 59 ରନ ରେ ଜିତି ନେଇଥିଲା. ପାରାଦ୍ୱୀପ ବନ୍ଦର ତରଫରୁ ଅମିତ ସାହୁ 84 ରନ କରିଥିଲେ I  ଯେଉଁଥିରେ 10 ଟି ଛକା ସାମିଲ ଥିଲା I ଉଦଯାପନୀ ସନ୍ଧ୍ୟାରେ ବନ୍ଦର  ଅଧ୍ୟକ୍ଷ ପି ଏଲ ହରନାଧ ମୁଖ୍ୟ ଅତିଥି ଭାବରେ  ଯୋଗଦାନ  କରି  ପାରାଦ୍ୱୀପ ବନ୍ଦରକୁ ଚାମ୍ପିୟନ ଓ ପି ପି ଏଲ କୁ ରନର୍ସ ଅପ ଟ୍ରଫି ପ୍ରଦାନ କରିଥିଲେ I ଏହି  ପ୍ରତିଯୋଗିତାରେ ପାରାଦ୍ୱୀପ ବନ୍ଦରର ଅମିତ ସାହୁ ଏକକାଳୀନ ଭାବେ ମ୍ୟାନ ଅଫ ଦି ମ୍ୟାଚ, ମ୍ୟାନ ଅଫ ଦି ସିରିଜ, ବେଷ୍ଟ ବ୍ୟାଟ୍ସମ୍ୟାନ ଓ ସର୍ବାଧିକ ଛକା ମାରିବା ପୁରସ୍କାର ଲାଭ  କରିଥିଲେ I ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ଏ କେ ବୋଷ, ଅର୍ଥପରାମର୍ଶଦାତା ଡି ଏନ ସୋନ୍ଧି, କୋଷ୍ଟଗାର୍ଡ ଡି ଆଇ ଜି ୱାଇ କେ ସିଂ ଉପସ୍ଥିତ ଥିଲେ. କାର୍ଯ୍ୟକ୍ରମକୁ କ୍ରୀଡା ସଂସଦର  ସେକ୍ରେଟାରୀ ରଶ୍ମି ବେଉରା ପରିଚାଳନା କରିଥିବାବେଳେ ପରମାର୍ସଦାତା ରବି  ଦାସ ଧନ୍ୟବାଦ  ଦେଇଥିଲେ I ଏହି  ପ୍ରତିଯୋଗିତାରେ ପାରାଦ୍ୱୀପର 12 ଗୋଟି ଦଳ  ଭାଗ  ନେଇଥିଲେ I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ