ଦ୍ଵିତୀୟ ଦିନରେ ବୁଗୁଡା ବୁଦ୍ଧଖୋଲ ମହୋତ୍ସବ

ବୁଗୁଡା – ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତଥା ବହୁ ପୁରୁଣା ଶୈବପୀଠ ବୁଦ୍ଧଖୋଲର ପାଦଦେଶରେ ବୁଦ୍ଧଖୋଲ ମହୋତ୍ସବ ୨୦୨୦ ଶୁକ୍ରବାର ଦିନ ମହାସମାରୋହରେ ଉଦଘାଟିତ ହୋଇଯାଇଛି। ପ୍ରଥମ ଦିନର କ।ର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ କୌଶଳ, ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୁଦ୍ଧଖୋଲ ମହୋତ୍ସବକୁ ଉଦଘାଟନ କରିଥିଲେ। ଏହି ସାସ୍କୃତିକ ମନୋରଞ୍ଜନ କ।ର୍ଯ୍ୟକ୍ରମରେ ପୋଲସରା ବିଧାୟକ ତଥା ବୁଦ୍ଧଖୋଲ ଉନ୍ନୟନ ସମିତି ସଭାପତି ଶ୍ରୀକାନ୍ତ ସାହୁ ଅଧ୍ୟକ୍ଷ କରିଥିବା ବେଳେ ସମ୍ମାନୀତ ଭାବେ ଆସିକା ବିଧାୟିକା ମଞ୍ଜୁଳା ସ୍ଵାଇଁ,ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ,ବୁଗୁଡା ବ୍ଲକ ଅଧ୍ୟକ୍ଷା ମାମି ସେନାପତି, ଉପାଧ୍ୟକ୍ଷ ଟୁକୁନା ସ୍ଵାଇଁ, ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା, ବୁଗୁଡା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା , ଜିଲ୍ଲା ପରିଷଦ ସଭ୍ୟ ରେବତୀ ମୋହନ ନାୟକ , ବିରଞ୍ଚିପୁର ସରପଞ୍ଚ ସୁନିତା ସାହୁ ଓ ସମିତି ସଭ୍ୟ ବିପ୍ର ଚରଣ ଜେନା ଯୋଗଦେଇଥିଲେ।ଏଥି ସହ ସିନେ ତାରକା ବିଜୟ ମହାନ୍ତି, ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର, କଣ୍ଠଶିଳ୍ପୀ ଆଶୁତୋଷ ଓ ଶ୍ରୀଜାତା ପ୍ରମୁଖଙ୍କ ସମେତ ଗଂଜାମ ଜିଲ୍ଲାର ବହୁ କଳାକାର ଯୋଗଦେଇ ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରିଥିଲେ। ଦ୍ଵିତୀୟ ଦିନ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ କାର‌୍ୟ୍ୟକ୍ରମକୁ ଉଦଘାଟନ କରିଥିଲେ। ବିଧାୟକ ଶ୍ରୀକାନ୍ତ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ,ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ, ଛତ୍ରପୁର ବିଧାୟକ ସୁବାସ ବେହେରା , ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରମୁଖ ଯୋଗ ଦେଇଥିଲେ। ବିଶିଷ୍ଟ କଣ୍ଠ ଶିଳ୍ପୀଙ୍କ ସମେତ ଅଞ୍ଚଳର କଳାକାର ବୃନ୍ଦ ସାସ୍କୃତିକ କ।ର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ