ଦ୍ଵିତୀୟ ପର‌୍ୟ୍ୟାୟରେ ମୁଖ୍ୟମନ୍ତ୍ରୀ ଙ୍କୁ ୩୯ଲକ୍ଷ ର ଚେକ ଡିଆରଡିଏ ଏପିଡ଼ି ଓ ଡୁଡା ପିଡ଼ି ହସ୍ତାନ୍ତର

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ ) : ଫନୀ” ବିପନ୍ନଙ୍କୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ୱିତୀୟ ପର‌୍ୟ୍ୟାୟରେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ୩୯ ଲକ୍ଷ ଟଙ୍କା ସହାୟତା କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭୁବନେଶ୍ୱର ଠାରେ ଡିଆରଡିଏ ଏପିଡ଼ି (ଗଂଜାମ) ଦେଵବ୍ରତ ସାହୁ ଓ ଡୁଡା ପିଡ଼ି (ଗଞ୍ଜାମ) ସବ୍ୟସାଚୀ ହୋତା ଏକ ଚେକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ହସ୍ତାନ୍ତର କରିଛନ୍ତି । ଜିଲ୍ଲା ପ୍ରସାଶନ ଏଭଳି କାର‌୍ୟ୍ୟକ୍ରମ କୁ ଜିଲ୍ଲା ବାସୀଙ୍କ ସମେତ ବିଭିନ୍ନ ମହଲରେ ପ୍ରଶଂସା କରିଛନ୍ତି । ସୂଚନାଯୋଗ୍ୟ ଯେ “ଫନୀ” ବିପନ୍ନଙ୍କୁ ସହାୟତା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ୮ତାରିଖରେ ପ୍ରଥମ ପର‌୍ୟ୍ୟାୟରେ ୩୨ଲକ୍ଷ ଏବଂ ଆଜି ଦ୍ୱିତୀୟ ପର‌୍ୟ୍ୟାୟରେ ୩୯ ଲକ୍ଷ ସମୁଦାୟ ୭୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ଏହା ସହ ବିପନ୍ନ ମାନଙ୍କ ପାଇଁ ଟ୍ରଙ୍କ ଟ୍ରକ ବିଭିନ୍ନ ରିଲିଫ ସାମଗ୍ରୀ ପଠାଯାଇଛି। ସ୍ୱାସ୍ଥ୍ୟ, ସଫେଇ, ଜଳ ଯୋଗାଣ ବିଭାଗ, ବିଦ୍ୟୁତ ବିଭାଗ ଠାରୁ ଆରମ୍ଭ କରି ବହୁ ବିଭାଗ କର୍ମଚାରୀ ମାନଙ୍କ ସହ ଅଧିକାରୀ ମାନେ ବିଭିନ୍ନ କାର‌୍ୟ୍ୟରେ ନିୟୋଜିତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ