ଦ୍ୱାଦଶ କାର୍ଯ୍ୟରେ ଯୋଗଦେଲେ ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀ : ଛାମୁଆ ନେତା ସହ ସାକ୍ଷାତ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ବରିଷ୍ଠ ଆଇନଜିବୀ ଅମରେଶ ପ୍ରସାଦ ମିଶ୍ରଙ୍କ ଦ୍ୱାଦଶ କାର୍ଯ୍ୟକ୍ରମରେ ଯୋଗଦେଲେ ଗୋପାଳପୁର ବିଧାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀ । ତାଙ୍କରି ଏହି ଉପସ୍ଥିତି ଏବେ ଗଞ୍ଜାମରେ ଚର୍ଚ୍ଚାର ବିଷୟ ପାଲଟିଛି । ଦିର୍ଘ ଦିନ ଦେଲେ ଗୋପାଳପୁର ବିଧାୟକ ପାଣିଗ୍ରାହୀ ଦେଖାମିଳୁନଥିବା ବେଳେ ଆଜି ଛତ୍ରପୁର ଆସି ଆଇନଜିବୀ ଅମରେଶ ପ୍ରସାଦ ମିଶ୍ରଙ୍କ ଦ୍ୱାଦଶ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବିଧାୟକ ଙ୍କୁ ତାଙ୍କ ସମର୍ଥକ ଏବଂ ବହୁ ଛାମୁଆ ନେତା ଓ ଆଇନଜୀବି ମଧ୍ୟ ସାକ୍ଷାତ କରିବା ସହ ନାନା ବିଷୟରେ ଆଲୋଚନା କରିଥିଲେ । ଏପରିକି କିଛି ଛାମୁଆ ନେତା ତାଙ୍କ ସହ ମିଶିବା ବେଳେ ସେ ହସି ଦେଇ ମୋ ସହ ମିଶିଲେ ହଇରାଣ ହେବ କହି ତେରଛା ବାଣ ମାରିଥିଲେ । ଆଉ କିଛି ଛାମୁଆ ନେତା ଫୋଟ ଉଠିଯିବ ଭୟରେ ଦୁରେଇ ରହୁଥିବା ଦେଖିବାକୁ ମିଳିଥିଲା ।


