ଦ୍ୱାରଗାଁରେ ଦିବ୍ୟ ଜୀବନ ସଂଘର ଏକ ଦିବସୀୟ ସାଧନା ଦିବସ
ଦିଗପହଣ୍ଡି : ବ୍ରାହ୍ମ ମୁହୁର୍ତ୍ତ ସାଧନା, ଶ୍ରୀଗୁରୁ ପାଦପୂଜା ତଥା ଭଜନ କୀର୍ତ୍ତନ ପୂର୍ବକ ପ୍ରବଚନ ମାଧ୍ୟମରେ ଏକ ଦିବସୀୟ ସାଧନା ଦିବସ ଦ୍ୱାରଗାଁରେ ରଞ୍ଜନ ପଟ୍ଟନାୟକଙ୍କ ଆୟୋଜନ କରିଥିଲେ । କୁଞ୍ଜ ବିହାରୀ ପାଢ଼ୀ ଓ ବେଣୁଧର ପଟ୍ଟନାୟକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଦିଗପହଣ୍ଡି ଦିବ୍ୟ ଜିଲ୍ଲାର ସଂଗଠକ ବାବୁ ପ୍ରଧାନ, ବଡ଼ିଆଉସ୍ତା, ନରସିଂହ ପୁର, ଡ଼ୁମୁଳା, ଗୋକର୍ଣ୍ଣପୁର, ଦିଗପହଣ୍ଡି, ଧରମପୁର ତଥା ଦ୍ୱାରଗାଁରୁ ଶତାଧିକ ସଂଖ୍ୟାରେ ଗୁରୁ ଭାଇ ଗୁରୁଭଉଶୀ କାର୍ଯ୍ୟରେ ସହଯୋଗ କରିଥିଲେ । ସଂଘ ଶାଖାଗୁଡ଼ିିକ ମଧ୍ୟରେ ସମନ୍ୱୟ ଓ ସହଯୋଗ ରହି କିପରି ସମସ୍ତ ଆଧ୍ୟାତ୍ମିକ କାର୍ଯ୍ୟଗୁଡ଼ିକ ହେବ ଓ ଶିବାନନ୍ଦ, ଚିଦାନନ୍ଦ ବାଣୀ, (ଗୁରୁବାଣୀ) ଅଧିକରୁ ଅଧିକ ମାତ୍ରାରେ ପ୍ରସାର ପ୍ରଚାର ହେବ, ତା’ ଉପରେ କୁଞ୍ଜବିହାରୀ ପାଢ଼ୀ ଆଲୋଚନା କରିଥିଲେ । ଦିବ୍ୟ ଜୀବନ ସଂଘର ବରିଷ୍ଠ ସନ୍ୟାସୀ ସ୍ୱାମୀ ରାମକୃପାନନ୍ଦ ସରସ୍ୱତୀ ଗୁରୁ ଶିଷ୍ୟ ସମ୍ପର୍କ ଉପରେ ଅତି ସୁନ୍ଦର ରୂପେ ଭାବ ବିନିମୟ କରିଥିଲେ । ଯୋଗାଚାର୍ଯ୍ୟ ସ୍ୱାମୀ ହରିଶରଣାନନ୍ଦ ସରସ୍ୱତୀ ବିଭିନ୍ନ ଯୋଗାସନ ଦ୍ୱାରା ଶରୀର ସୁସ୍ଥ ହେବା ସାଙ୍ଗକୁ ଭଜନ କୀର୍ତ୍ତନରେ କିପରି ମନ ଲାଗେ ବୁଝାଇଥିଲେ । ବଡ଼ିଆଉସ୍ତା ଦିବ୍ୟ ଜୀବନ ସଂଘର ସଭାପତି ସ୍ୱାମୀ ରାମଦାସାନନ୍ଦ ସରସ୍ୱତୀ (ମାନସ ରତ୍ନ) ସାଧନା ଉପରେ ଗୁରୁ ମହାରାଜଙ୍କ ବିଭିନ୍ନ ଦିଗ୍ଦର୍ଶନଗୁଡ଼ିକୁ ଶ୍ରୀରାମ ଚରିତ ମାନସ ଓ ଭାଗବତ ଶାସ୍ତ୍ରର ଉଦାହରଣ ଦେଇ ଉପସ୍ଥିତ ଭକ୍ତମାନଙ୍କ ସତ୍ସଙ୍ଗ ଓ ସାଧନା କରିବା ଅଭ୍ୟାସକୁ ଢ଼ାଇବାବେଳେ ଯୁବ ସଙ୍ଗୀତଜ୍ଞ ମନୋଜ ପୋଲାଇ ବିଭିନ୍ନ ଉପଦେଶାତ୍ମକ ଭକ୍ତି ସଙ୍ଗୀତ ଗାନ କରିଥିଲେ । ଉପସ୍ଥିତ ସଂଘ ଶାଖାର ଭାଇ ଭଉଣୀମାନେ ସାଧନା ଦିବସରେ ବେଶ ଆନନ୍ଦ ଲାଭ କରି ଆଧ୍ୟାତ୍ମିକ କାର୍ଯ୍ୟମାନ ପ୍ରତି ସାଧନା ଦିବସରେ ହେବା ଉଚିତ୍ ବୋଲି ମତ ରଖିଥିଲେ । କୃଷ୍ଣ ଚନ୍ଦ୍ର ପତି ଶିବାନନ୍ଦ ସ୍ୱାମୀଙ୍କ ସ୍ୱହସ୍ତ ଲିଖିତ ଜପଯୋଗରୁ କିଛି ସ୍ୱଧ୍ୟାୟ କରି ଶୁଣାଇଥିବାବେଳେ ଶେଷରେ ରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମକୁ ଉଦ୍ଯାପନ କରିଥିଲେ ।