ଦ୍ୱିତୀୟ କରୋନା ଲହର ପାଇଁ ଆଗୁଆ ଯାଞ୍ଚ କଡାକଡି ସହ ଜୋରିମାନା ଆଦାୟ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ମାଡି ଆସୁଛି କରୋନା ମହାମାରୀର ଦ୍ୱିତୀୟ ଲହର। ଏହି ଦ୍ବିତୀୟ ଲହର ଅଧିକ ଶକ୍ତିଶାଳୀ ଏବଂ ଶୀଘ୍ର ସଂକ୍ରମଣ ହେଉଥିବା ଭୟରେ ପୂର୍ବରୁ ପ୍ରଶାସନ ତରଫରୁ ବାରମ୍ବାର ପ୍ରଚାର କରି ଲୋକଙ୍କୁ ସଚେତନ କରାଇବା ସହ ସରକାରଙ୍କ କୋଭିଡ ନିୟମ ମାନି ରହିବାକୁ ପରାମର୍ଶ ଦିଆଯାଇଥିଲା। ହେଲେ କେତେକ ଅମାନିଆ କରୋନା କଟକଣାକୁ ବେଖାତିର କରୁଥିବା ନେଇ ପ୍ରଶାସନ ହୃଦବୋଧ କରି ଜି. ଉଦୟଗିରି ତହସିଲଦାର ଅବିନାଶ ମାହାର ସହରର ସମସ୍ତ ଦୋକାନ ବଜାର, ଯାନବାହାନ ଗୁଡିକରେ ମାସ୍କ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ମାସ୍କ ପିନ୍ଧି ନଥିବା ଅମାନିଆଙ୍କ ଠାରୁ ୨୫୦୦ ଟଙ୍କା ତଣ୍ଡ ଆଦାୟ କରିଥିବା ନେଇ ତହସିଲଦାର ଶ୍ରୀ ମାହାର ସୂଚନା ଦେଇଛନ୍ତି। ଠିକ୍ ସେହିପରି ସ୍ଥାନୀୟ ପୁଲିସ ପକ୍ଷରୁ ଏସ.ଆଇ ବିଭୂତି ଭୂଷଣ ମୁଦୁଲି,ଏ.ଏସ.ଆଇ ସୁବାଷ ଚନ୍ଦ୍ର ପ୍ରଧାନ ନିଜ ଟିମ ନେଇ ବଜାରରେ ହେଲମେଟ ଓ ମାସ୍କ ଯାଞ୍ଚ କରି ଅମାନିଆ ମାନଙ୍କ ଠାରୁ ୩୪୦୦ ଟଙ୍କା ତଣ୍ଡ ଆଦାୟ କରିଥିବା ନେଇ ଥାନା ଅଧିକାରୀ ନରେଶ କୁମାର ସାହୁ ସୂଚନା ଦେଇଛନ୍ତି। ଏହିପରି ମିଳିତ ଭାବେ ମୋଟ ୫୯୦୦ ଟଙ୍କା ତଣ୍ଡ ଆଦାୟ ହୋଇଥିବା ଜଣାପଡିଛି। ବ୍ୟବସାୟୀ ମାନେ ସତର୍କ ହୋଇ ବ୍ୟବସାୟ କରିବା ସହ ନିଜନିଜ ବ୍ୟବସାୟ ସ୍ଥଳରେ “ମାସ୍କ ନାହିଁ ତ ଜିନିଷ ନାହିଁ” ଫଳକ ଲଗାଇବାକୁ ତହସିଲଦାର ଶ୍ରୀ ମାହାର ବ୍ୟବସାୟୀ ମାନଙ୍କୁ ପରାମର୍ଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ