ଦ୍ୱିତୀୟ କାଞ୍ଚନ କର୍ପୋରେଟ ଆୱାର୍ଡ଼-୨୦୨୧

ଭୁବନେଶ୍ୱର, (‌ୱାଇଏନ୍‌ଏସ୍‌): କାଞ୍ଚନ ଫାଉଣ୍ଡେସନ ତରଫରୁ ଭୁବନେଶ୍ୱରସ୍ଥିତ ହୋଟେଲ ଏକ୍ସିଲେନ୍ସିଠାରେ ଦ୍ୱିତୀୟ କାଞ୍ଚନ କର୍ପୋରେଟ ଆୱାର୍ଡ଼-୨୦୨୧ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ ଅନୁଷ୍ଠାନର ସାମାଜିକ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ କର୍ପେର୍ାରେଟ କ୍ଷେତ୍ରରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରିବା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଜୟଦେବ ବିଧାୟକ ଡଃ ଅରବିନ୍ଦ ଢାଲୀ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ଓଡ଼ିଶା ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ, ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ସୁଚିସ୍ମିତା ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସଭାପତି ରଞ୍ଜନ କୁମାର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ତାପସ ରଞ୍ଜନ ମଲ୍ଲିକ ଅନୁଷ୍ଠାନର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଆବାହକ ଶୁଭୋଜିତ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ଏହି ଉତ୍ସବରେ କର୍ପୋରେଟ ଜଗତର ୨୩ଜଣ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଫାଉଣ୍ଡେସନର ବିଶ୍ୱଜିତ ସାମନ୍ତରାୟ, କାମିନୀ ବିଶ୍ୱାଳ, ତପନ କୁମାର ସ୍ୱାଇଁ, ଦେବେନ୍ଦ୍ର ନାୟକ, ପ୍ରକାଶ ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ