ଦ୍ୱିତୀୟ ଡୋଜ କୋଭିଡ ଟୀକାଦାନ କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା) :ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ର ଜାତୀୟ ସେବା ସଂସ୍ଥା ତରଫରୁ ଦ୍ୱିତୀୟ ଡୋଜ କୋଭିଡ ଟୀକା ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରାଜେନ୍ଦ୍ର କୁମାର ଦାସଙ୍କ ଦ୍ୱାରା ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ବହୁ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଟୀକା ନେଇଥିଲେ l ଏହାର 28 ଦିନ ପୂର୍ବରୁ ମହାବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଥମ ଡୋଜ ଟୀକା ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ମୁନିସିପେଣ୍ଠ ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର ର କର୍ମଚାରୀ ପୂର୍ଣଚନ୍ଦ୍ର ବେହେରା, ଲିଲି ଦାସ ଏବଂ ସୋନାଲି ସାହୁ ଟୀକାକରଣ ର ସହ ଯୋଗ କରିଥିବା ବେଳେ ଜାତୀୟ ସେବା ସଂସ୍ଥାର ପ୍ରୋଗ୍ରାମ ଅଫିସର ରାମ ଚନ୍ଦ୍ର ପୋଇ ଏବଂ ଶୁଭ୍ରତା ପଢିଆରି ଉପସ୍ଥିତ ଥିଲେ l


