ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ମୋଦି
ନରେନ୍ଦ୍ର ମୋଦି ଗୁରୁବାର ସଂନ୍ଧ୍ୟା ୭ ଘଣ୍ଟା ସମୟରେ ରାଷ୍ଟ୍ରପତି ଭବନ ପରିସରରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତିି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ଙ୍କ ସହ ତାଙ୍କର ସଦସ୍ୟ ମନ୍ତ୍ରୀ ମାନଙ୍କୁ ଗୋପନୀୟତାର ସହିତ ସତ୍ୟପାଠ କରାଇଥିଲେ । ସତ୍ୟପାଠ ସମୟରେ ବହୁ ବରିଷ୍ଠ ଅଧିକାରୀଙ୍କ ସମେତ ଭୁଟାନ ,ମିଆଁମାର ,ଶ୍ରୀଲଙ୍କା ,ବାଲାଂଦେଶ ମରିସସସ, ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ । ଏହି ଶପଥ ପାଠ ଉସ୍ରବରେ ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ,ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ,ବିଜେପିର ବରିଷ୍ଠ ନେତା ଲାଲକୃର୍ଷ୍ଣ ଆଡଭାନୀ,ମୁରଲୀ ମନୋହର ଯୋଶୀ ,କଂଗ୍ରେସ ସଭାପତିି ରାହୁଲଗାନ୍ଧୀ ,ୟୁପିଏ ଅଧକ୍ଷା ରାହୁଲ ଗାନ୍ଧୀ ,ବିହାର ମୁଖ୍ୟମନ୍ତ୍ରୀ ନିତିନ ଗଡକରି ,ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ,ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଉପସ୍ଥିତ ଥିଲେ । ମୋଦି ସକାଳୁ ମନ୍ଦିର ଭ୍ରମଣ କରିନଥିଲେ ବରଂ ମହାପୁରୁଷ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ୍ଥିଲେ । ପ୍ରଥମେ ରାଜଘାଟ ଯାଇ ଜାତୀୟପିତା ମହାତ୍ମାଗାନ୍ଧୀ ,ଶ୍ରଦ୍ଧାଞ୍ଜଳି ଜଣାଇଥô୍ଲେ । ଏହା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ପ୍ରତି ଶ୍ରଦ୍ଧାଞ୍ଜଳି ଦେଇ ସରକାରୀ ଉତ୍ତମ ପ୍ରଶାସନ ଓ ବାଜପେୟୀଙ୍କ ଜୀବନୀ କାର୍ଯ୍ୟକୁ କାର୍ଯର୍୍ୟରେ ଲଗାଇ ଲୋକମାନଙ୍କର ଜୀବନରେ ପରିବତ୍ତନ ଆଣିବା । ସେହିପରି ଶପଥ ଗ୍ରହଣ କରିବା ପୂର୍ବରୁ ମୋଦି ଇଣ୍ଡିଆ ଗେଟ୍ ଶହୀଦ୍ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।