ଦ୍ୱିତୀୟ ଦିନରେ ଘରୋଇ ବସ ମାଲିକ ସଂଘର ଅଖଚକ ବନ୍ଦ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ଘରୋଇ ବସ ମାଲିକ ସଂଘ ଓ ପ୍ରଶାସନ ନିଜ ନିଜର ଜିଦରେ ଅଟଳ ରହିଛନ୍ତି । ବିଡିଏ କର୍ତ୍ତୁପକ୍ଷ ଙ୍କ ଅନୁଯାୟୀ ଘରୋଇ ବସ ଚଳାଚଳ ନେଇ ହଳଦିଆ ପଦର ବସଷ୍ଟାଣ୍ଡକୁ ସ୍ଥାନାନ୍ତରକୁ ନେଇ ଗଂଜାମ ଜିଲ୍ଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ବୁଧବାର ବନ୍ଦ ଡାକରା ଦ୍ୱିତୀୟ ଦିନରେ ପହଞ୍ଚିଛି । ଏହା ଫଳରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖି୍ନ ହେଉଛନ୍ତି । ଅନ୍ୟ ପଟେ ପ୍ରଶାସନ ପକ୍ଷରୁ ବିଭିନ୍ନ ସରକାରୀ ବସ ଓ ଟାଉନ ବସ ଗୁଡିକୁ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ କିଛି ସରକାରୀ ବସ୍ ଚଳାଚଳ କରୁଛି । ଶହ ଶହ ଯାତ୍ରୀଙ୍କୁ ନେଇ ଗମନାଗମନ କରିବା ନିତାନ୍ତ ଭାବେ କାଠିକର ପାଠ ହୋଇଛି । ଘରୋଇ ବସ ମାଲିକ ସଂଘ ପକ୍ଷରୁ ବସ ବନ୍ଦ ଡାକରା ଦ୍ୱିତୀୟ ଦିନରେ ପହଞ୍ଚିଥିବା ବେଳେ ଲୋକ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।