ଦ୍ୱିତୀୟ ଦିନରେ ସ୍ୱାସ୍ଥ୍ୟ ମିଶନ କର୍ମ·ରୀ ସଂଘର ଧାରଣା, ଜାତୀୟ କୃମିନାଶକ ଦିବସ ବାଧାପ୍ରାପ୍ତ ହେବା ଆଶଙ୍କା

ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ୍‍): ଜାତୀୟ କୃମିନାଶକ ଦିବସ ଅବସରରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ମ୍ୟାନେଜମେଈ୍‍ଔ ଅଧିକାରୀମାନେ ଧରୀଈୀରାୀ ବସିଛନ୍ତି । ଫଳରେ ପ୍ରାୟ ୮୦ ଲକ୍ଷରୁ ଉଦ୍ଧ୍ୱର୍ ଶିଶୁ କୃମି ଔଷଧ ପାଇବାରୁ ବଞ୍ôଚତ ହେବା ସହିତ କୁଷ୍ଠ, ବାତଜ୍ୱର ଓ ଯକ୍ଷ୍ମା ରୋଗ ଚିହ୍ନଟ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।
୬ ଦଫା ଦାବି ନେଇ ସ୍ୱାସ୍ଥ୍ୟ ମିଶନ ପରି·ଳନା କର୍ମ·ରୀଙ୍କ ଧାରଣା ଆଜି ଦ୍ୱିତୀୟ ଦିନରେ ପହଞ୍ôଚ ଥିବାବେଳେ ସରକାର ଏହାର ସମାଧାନ ବାବଦରେ କୌଣସି ପଦକ୍ଷେପ ନ ନେବା ଦୁର୍ଭାଗ୍ୟଜନକ । ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶାଳୟ ଏହି ଦାବିଗୁଡ଼ିକ ପୂରଣ ପାଇଁ ସୁପାରିଶ କରିଥିବା ବେଳେ ସରକାରଙ୍କ ଅର୍ଥ ବିଭାଗ କୌଣସି ନିଷ୍ପତ୍ତି ନେଉନାହାଁନ୍ତି । ଆସନ୍ତା କାଲି ଜାତୀୟ କୃମିନାଶକ ଦିବସ । ସତେ ଯେପରି ସରକାର ରାଜ୍ୟର ୮୦ ଲକ୍ଷ ଶିଶୁ ସ୍ୱାସ୍ଥ୍ୟ ସୁରକ୍ଷା ଦେବାରେ ତାଙ୍କର କର୍ତ୍ତବ୍ୟ ଭୁଲି ଯାଇଛନ୍ତି । ସରକାରଙ୍କ ଏହି ଅବହେଳାକୁ ସର୍ବସାଧାରଣରେ ନାପସନ୍ଦ୍ କରାଯାଇଛି ।
ସ୍ୱାସ୍ଥ୍ୟ ପରି·ଳନା କ୍ଷେତ୍ରରେ ଓଡ଼ିଶା ସରକାର ଜାତୀୟସ୍ତରରେ ପ୍ରଶଂସା ସାଉଁଟୁଥିବା ବେଳେ ସ୍ୱାସ୍ଥ୍ୟ ସେବା ପରି·ଳନା କରୁଥିବା କର୍ମ·ରୀଙ୍କ ଦାବିକୁ ଅବହେଳା ପ୍ରଦର୍ଶନ କରିବା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ସମସ୍ୟା ସମାଧାନ କରିବାରେ ସରକାର ଅବହେଳା କଲେ ଆଗାମୀ ଦିନରେ ସାଧାରଣ ଲୋକମାନେ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ôଚତ ହେବାର ଆଶଙ୍କା ପାଇଁ ସରକାର ଦାୟୀ ରହିବେ ବୋଲି ସଂଘର ପରାମର୍ଶଦାତା ରାଧାରମଣ ଷଡ଼ଙ୍ଗୀ, ସଭାପତି ରବିନ୍ଦ୍ର ଜେନା, ସାଧାରଣ ସମ୍ପାଦକ ଧନେଶ୍ୱର ସ୍ୱାଇଁ ଧାରଣାସ୍ଥଳରେ ଘୋଷଣା କରିଛନ୍ତି । ସରକାର ଯଦି ଏହି ସମସ୍ୟାର ସମାଧାନ ପାଇଁ ସଂଘ ସହିତ ଆଲୋଚନା ନ କରନ୍ତି, ତାହେଲେ ସଂଘ ସାମୂହିକ ଆମରଣ ଅନଶନ କରିବାକୁ ବାଧ୍ୟ ହେବ ବୋଲି ଆବାହକ କବି ପ୍ରସାଦ ସାହୁ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ