ଦ୍ୱିତୀୟ ଦିନ : ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କଲେ

ଛତ୍ରପୁର, (ଦେବଦତ୍ତ ମହାରଣା) :ଆଜି ଦ୍ୱିତୀୟ ଦିନରେ ଛତ୍ରପୁର ଉପଜିଲ୍ଲାପାଳଙ୍କ ନିକଟରେ ଦୁଇଜଣ ଜିଲ୍ଲାପରିଷଦ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୬୭ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ନିମନ୍ତେ କଂଗ୍ରେସ ଦଳର ପ୍ରାର୍ଥୀ ଭାରତୀ ଗୈାଡ ଏବଂ ୬୯ନଂ ଜିଲ୍ଲାପରିଷଦ ଜୋନ ସଭ୍ୟ ନିମନ୍ତେ କଂଗ୍ରେସ ଦଳର ପ୍ରାର୍ଥୀ ଧରିତ୍ରୀ ପୁରୋହିତ ନାମାଙ୍କନ ପତ୍ର ଉପଜିଲ୍ଲାପାଳ ନୀଳମାଧବ ଭୋଇଙ୍କ ନିକଟରେ ଦାଖଲ କରିଛନ୍ତି । କୋଭିଡ କଟକଣା ଯୋଗୁଁ ନାମାଙ୍କନ ପତ୍ର ଦାଖଲ ସମୟରେ ପ୍ରାର୍ଥି , ପ୍ରସ୍ତାବକ ଓ ସମର୍ଥକଙ୍କୁ କେବଳ ଅନୁମତି ରହିଛି । ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଛତ୍ରପୁର ସବଡିଭିଜନ ଅଧୀନରେ ଥିବା ସମସ୍ତ ବ୍ଲକର ଜିଲ୍ଲାପରିଷଦ ଜୋନ ସଭ୍ୟ ନିମନ୍ତେ ପ୍ରାର୍ଥୀ ମାନେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ