ଦ୍ୱିତୀୟ ଦିନ ରେ ବିଧାନସଭା ସରଗରମ ସରକାରଙ୍କୁ ଘେରିଲେ ବିରୋଧୀ
ଷୋଡଶ ବିଧାନସଭା ର ଆଜି ଦ୍ୱିତୀୟ ଦିନରେ ଗୃହ ସରଗରମ ରହିବ । କଂଗ୍ରେସ , ବିଜେଡି ଓ ବିଜେପି ର ସର୍ମ୍ପକ କୁ ନେଇ ଗୃହରେ ହଙ୍ଗମା କରିବା ପାଇଁ ବିଧାନସଭା ର ବିଧିବ୍ୟବସ୍ଥା ଅନୁସାରେ ଗୃହକୁ ସୁଚିତନ କରି ଗୃହର ଅଧ୍ୟକ୍ଷ ବାଚସ୍ପତି ବିଜେପି ବିଧାୟକ ଦଳ ରେ ନେତା ପ୍ରଦୀପ ନାୟକ ଙ୍କୁ ବିରୋଧୀ ଦଳ ର ନେତା ଘୋଷଣା କରିବା ସମ୍ପୁର୍ଣ୍ଣ ଅଗଣତାନ୍ତ୍ରୀକ ବୋଲି କଂଗ୍ରେସ ଅଭିଯୋଗ କରିଛି । ଉପରେ ଉପରେ ବିଜେଡି ,ବିଜେପି ସଲାସୁତରା ଭାବେ ବିଧାନସଭା ଚଲେଇବେ ବୋଲି କହି କକ୍ଷ ତ୍ୟାଗ କରିଥିଲା କଂଗ୍ରେସ । ତେବେ ଆଜି ବି ଏହି ମୁର୍ଦା କୁ ଉଠାଇ ବିଧାନସଭା କୁ ଅଚଳ କରିବେ ବୋଲି ଅନୁମାନ କରାଯାଉଛି ।


