ଦ୍ୱିତୀୟ ପର୍ଯ୍ୟାୟରେ ୧୦୦ ଜଣ କରୋନା ଯୋଦ୍ଧା ନେଲେ କୋଭିଡ ଟିକା

ପୋଲସରା ,(ଅନିଲ କୁମାର ମହାରଣା) : ପୋଲସରା ବ୍ଲକ ଓ ଏନଏସିରେ ଫେବୃଆରୀ ୬ ତାରିଖ ଦିନ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ଟିକା ଦାନ କାର୍ଯ୍ୟକ୍ରମ ପୋଲସରା ଏନଏସିର ରାଣୀପଡା କଲ୍ୟାଣୀ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ୧୦୦ ଜଣ ଆଗ ଧାଡିର କରୋନା ଯୋଦ୍ଧା କୋଭିଡ ଟିକା ନେଇଛନ୍ତି। ଟିକା ଦାନ କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦୀ , ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର , ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଳିକ ଏବଂ ଅତିରିକ୍ତ ତହସିଲଦାର ଶୋଭନ କୁମାର ବେହେରା ପ୍ରମୁଖ କରୋନା ଟିକା ନେଇଥିଲେ। ଏହାପରେ ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ କର୍ମଚାରୀ, ତହସିଲ କାର୍ଯ୍ୟାଳୟ କର୍ମଚାରୀ, ପୋଲିସ ଥାନା କର୍ମଚାରୀ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ କର୍ମଚାରୀ ବୃନ୍ଦ କୋଭିଡ ଟିକା ନେଇଥିଲେ । ୧୧୦ ତଣଙ୍କୁ ଟିକା ଦେବାପାଇଁ ଯୋଜନା ଥିବା ବେଳେ ୧୦୦ ଜଣଙ୍କୁ ଟିକା ଦିଆ ଯାଇଛି। ଫେବୃଆରୀ ୮ ଓ ୯ ତାରିଖ ଦିନ ମଧ୍ୟ ଟିକାଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଗୋପବନ୍ଧୁବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଟିକାଦାନ କାର୍ଯ୍ୟକ୍ରମ ଦ୍ୱାରା କାହାରି ହେଲେ ପାର୍ଶ୍ଵ ପ୍ରତିକ୍ରିୟା ହୋଇ ନଥିବା ବିପିଏମ ଶୁଭେନ୍ଦୁ ଦାସ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ