ଦ୍ୱିତୀୟ ପର୍ଯ୍ୟାୟ ପଛୁଆବର୍ଗ ଚିହ୍ନଟ ପ୍ରଶିକ୍ଷଣ ଶିବିର

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ପଛୁଆବର୍ଗ ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତିର ସର୍ବେକ୍ଷଣ ନିମନ୍ତେ ୨ୟ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଏ.ଡି.ଏମ୍ ଶାନ୍ତନୁ କୁମାର ମହାନ୍ତି, ବିଡିଓ ପ୍ରଦୀପ କୁମାର ସେଠୀ, ଏବିଡିଓ ନିଶିକାନ୍ତ ଖୁଣ୍ଟିଆ ଯୋଗ ଦେଇ ସମସ୍ତ ପଞ୍ଚାୟତରେ ମେ ୧ରୁ ୨୦ ପର୍ଯ୍ୟନ୍ତ ସମାଜର ପଛୁଆବର୍ଗ ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତିର ଆବଶ୍ୟକତା ସର୍ବେକ୍ଷଣ କିପରି ହୋଇପାରିବ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ । ପ୍ରଶିକ୍ଷିକା ସୁଶ୍ରୀ ସଙ୍ଗୀତା ନାୟକ ଓ ମିତା ବନାରା ଗଣନାକାରୀ ଓ ସୁପରଭାଇଜର ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ