ଦ୍ୱିତୀୟ ବାର୍ଷିକ ଜଗନ୍ନାଥ ସ୍ମାରକୀ ସର୍କଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଉଦ୍ଯାପିତ : କୁଲାଡ ବିଜେତା
ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମର ଯୁବ ପ୍ରତିଭା ତଥା କ୍ରୀଡ଼ାବିତ୍ ସ୍ଵର୍ଗତ ଜଗନ୍ନାଥ ନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାଲକଷଣ୍ଢା ଠାରେ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର କ୍ରିକେଟ ଟିମ୍ ଦ୍ୱାରା ଆୟୋଜିତ ଦ୍ୱିତୀୟ ବାର୍ଷିକ ଜଗନ୍ନାଥ ସ୍ମାରକୀ ସର୍କଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଆଜି ଉଦଯାପିତ ହୋଇଯାଇଛି, ପ୍ରକାଶ ଥାଉ କି ଏହା ଗତ ୬ତାରିଖ ଠାରୁ ଆରମ୍ଭ ହେଇଥିଲା, ଏଥିରେ ୧୬ଟି ଦଳ ଭାଗ ନେଇଥିଲେ, ପର୍ଯ୍ୟାୟ କ୍ରମେ ସମସ୍ତ ଦଳକୁ ନେଇ ମ୍ୟାଚ ଅନୁଷ୍ଠିତ ହୋଇଥିଲା ଏବଂ ଆଜି ଫାଇନାଲ ମ୍ୟାଚ ରେ ଦ୍ଵିମୁଖୀ ପ୍ରତିଦ୍ବନ୍ଦିତା କରିଥିଲେ କୁଲାଡ ଏବଂ ଭେଜିପୁଟ । ଭେଜିପୁଟୁ ଦଳ ପ୍ରଥମେ ଟସ ଜିତି ଫିଲଡିଂ ର ନିଷ୍ପତ୍ତି ନେଇଥିଲା, ବିପକ୍ଷରେ କୁଲାଡ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ରେ ୧୭୩ ରନ ର ଲକ୍ଷ ଦେଇଥିଲେ, ପ୍ରତ୍ୟୁତ୍ତରରେ ଭେଜିପୁଟୁ ଦଳ ମାତ୍ର ୧୪ ଓଭରରେ ହିଁ ସମସ୍ତ ୱିକେଟ ହରାଇ ୧୧୦ ରନ ରେ ସୀମିତ ହୋଇଯାଇଥିଲେ ଏବଂ ପରାଜୟ ଲାଭ କରିଥିଲେ, ପରୋକ୍ଷ ରେ କୁଲାଡ ଦଳକୁ ବିଜୟୀ ଘୋଷିତ କରାଯାଇଥିଲା । ଏହି ଅବସରରେ ଆଜିର ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାବେ ସ୍ଥାନୀୟ ସମିତି ସଭ୍ୟ କୁଞ୍ଜବିହାରୀ ନାୟକ ଏବଂ ସମ୍ମାନୀତ ଅତିଥି ଭାବେ କ୍ଷତ୍ରୀୟବରପୁର ସୋସାଇଟି ସମ୍ପାଦକ ହର ପ୍ରସାଦ ବେହେରା ତଥା ସମାଜସେବୀ ରାଜେନ୍ଦ୍ର ଗୌଡ଼, ସୁରେଶ ଚନ୍ଦ୍ର ବେହେରା, ଅଚ୍ୟୁତ ମହାରଣା, ରଙ୍କ ସ୍ୱାଇଁ ଏବଂ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ । ଇତି ଅବସରରେ ଚମ୍ପିୟାନ ଟ୍ରଫିକୁ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର କ୍ରିକେଟ ଟିମ ର ସଦସ୍ୟମାନେ ପ୍ରଦାନ କରିଥିବା ବେଳେ ପ୍ରୋତ୍ସାହନ ରାଶିକୁ ମୁଖ୍ୟ ଅତିଥି ଶ୍ରୀ ନାୟକ ପ୍ରଦାନ କରିଛନ୍ତି, ପରାଜିତ ଟ୍ରଫି ଏବଂ ରାଶିକୁ ସମ୍ମାନିତ ଅତିଥି ଶ୍ରୀ ଗୌଡ଼ ଏବଂ ଶ୍ରୀ ବେହେରା ପ୍ରଦାନ କରିଥିଲେ, ତଥା ବେଷ୍ଟ ବ୍ୟାଟ୍ସମାନ ଏବଂ ମ୍ୟାନ୍ ଅଫ ଦି ସିରିଜ ଭାବେ ଡିଜେ ସନ୍ତୋଷଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ବେଷ୍ଟ ବୋଲର ଭାବେ ଲିପୁଙ୍କୁ ପୁରସ୍କୃତ କରାଯାଇଥିଲା । ପରବର୍ତ୍ତି ମୁହୂର୍ତ୍ତରେ ସ୍ଵର୍ଗତ ଜଗନ୍ନାଥଙ୍କୁ, ଅତିଥି, ଆୟୋଜକ ଏବଂ କ୍ରୀଡ଼ାବିତ୍ ଙ୍କ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଟୁର୍ଣ୍ଣାମେଣ୍ଟ ର ଉଦଯାପନ କରାଗଲା। ଟୁର୍ଣ୍ଣାମେଣ୍ଟ୍ ଟି ସ୍ଵର୍ଗତ ଜଗନ୍ନାଥଙ୍କ ବଡ଼ଭାଇ ନାରାୟଣ ନାୟକଙ୍କ ଆବାହନ ଏବଂ ପରିଚାଳନାରେ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ନୀଳକଣ୍ଠେଶ୍ୱର କ୍ରିକେଟ୍ ଟିମ୍, ଜଗା କ୍ଲବ୍ ଏବଂ ଗ୍ରାମବାସୀ ପୂର୍ଣ୍ଣ ସହଯୋଗ ମିଳିଥିଲା I ସୂଚନା ଥାଉ କି ସ୍ଵର୍ଗତ ଜଗନ୍ନାଥ ଜଣେ ମେଳାପୀ ଏବଂ କ୍ରୀଡା ପ୍ରେମୀ ଛାତ୍ର ଭାବରେ ଅଞ୍ଚଳରେ ବେଶ୍ ପରିଚିତ ଥିବା ବେଳେ ଦୁଇ ବର୍ଷ ତଳେ ତାଙ୍କର ଅକାଳ ମୃତ୍ୟୁ ଘଟିଥିଲା I ତେଣୁ ତାଙ୍କରି ସ୍ମୃତିରେ ପ୍ରତିବର୍ଷ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ଆୟୋଜନ କରିବାକୁ ବଡ଼ ଭାଇ ନାରାୟଣ ଏବଂ ନୀଲକଣ୍ଠେଶ୍ୱର କ୍ରିକେଟ ଟିମ ନିଷ୍ପତି ନେଇଥିଲେ I ଆୟୋଜିତ ଟୁର୍ଣ୍ଣାମେଣ୍ଟ୍ ଟି ସ୍ୱର୍ଗତ ଜଗନ୍ନାଥଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ଏବଂ ଏହା ଆଗାମୀ ବର୍ଷ ମାନଙ୍କରେ ସଫଳତାର ସହ ସମ୍ପାଦନ ହେଉ ବୋଲି ଆୟୋଜକ ଏବଂ ଅତିଥି ମାନେ ସଂକଳ୍ପ ନେଇଥିଲେ I