ଦ୍ୱିତୀୟ ବାର୍ଷିକ ବ୍ଳକ୍ ସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ୍ ବିଞ୍ଚଣା ଚାମ୍ପିୟନ୍

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ମାଆ ବ୍ରାହ୍ମଣୀ ଦେବୀ ଭଲିବଲ୍ ଟିମ୍ ଆନୁକୂଲ୍ୟରେ ଦ୍ୱିତୀୟ ବାର୍ଷିକ ବ୍ଳକ୍ ସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ୍ ଅନୁଷ୍ଠିତ ହୋଇଯାଇଛି I ଏହି ଟୁର୍ଣ୍ଣାମେଣ୍ଟ୍ ର ଉଦ୍ଘାଟନୀ ଉତ୍ସବରେ ବରିଷ୍ଠ ଆଇନଜୀବୀ ରାଜା ବିନ୍ଧାଣିରା,ସମାଜସେବୀ ଶଙ୍କର ସାହୁ, ଲୋକନାଥ ରାଓ, ଶଙ୍କର ମାଷ୍ଟର୍,ଶିବ ଡାକୁଆ, ବେଲଗୁଣ୍ଠା ଥାନା ଏସ୍ଆଇ ଅନୁ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ I ଏହି ଟୁର୍ଣ୍ଣାମେଣ୍ଟ୍ ରେ ଧୂମୂଛାଇ,ବାସୁଦେବପୁର, ସୋରଡା,ଢୁଙ୍କାପଡ଼ା,ଢୁଢୁଆ,କୁଲାଡ, ବିଞ୍ଚଣା,ବୁଢାମ୍ବ ଭଲିବଲ୍ ଟିମ୍ ଅଂଶଗ୍ରହଣ କରିଥିଲେ I ବିଞ୍ଚଣା ଏବଂ ଢୁଢୁଆ ଟିମ୍ ଫାଇନାଲ୍ ଖେଳିଥିବା ବେଳେ ବିଞ୍ଚଣା ଚାମ୍ପିୟନ୍ ହୋଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ