ଦ୍ୱିତୀୟ ବାର୍ଷିକ ଶ୍ରୀକୃଷ୍ଣ ବିଶ୍ୱାଳ ସ୍ମାରକୀ ଫୁଟ୍ ଭଲି ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ସ୍ଥାନୀୟ ସିଟି କ୍ଲବ ନୟାପଲ୍ଲୀ ଓ ଓଡ଼ିଶା ଫୁଟ୍ ଭଲି ଆସୋସିଏସନ ଆନୁକୂଲ୍ୟରେ ମମତାଜ ଅଲ୍ଲୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଦ୍ୱିତୀୟ ବାର୍ଷିକ ଫୁଟ୍ ଭଲି ଆଜି ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ସମାଜସେବୀ ଜଗନ୍ନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଓ ସମ୍ମାନିତ ଅତିଥି ଭାବେ ନଟବର ସାମନ୍ତରାୟ, ଦିବାକର ଜେନା, ପ୍ରଧାନ ଶିକ୍ଷୟିତ୍ରୀ କାଦମ୍ବିନୀ ଦାସ, ଡଃ ସୌର୍ଯ୍ୟ ରଞ୍ଜନ ପରିଜା, ଫୁଟ୍ ଭଲି ଆସୋସିଏସନର ସଭାପତି ଦିଲ୍ଲୀପ କୁମାର ପ୍ରଧାନ, ଶରତ ରାଉତ, ଭାଗ୍ୟଧର ଜଗଦେବ, କୋଚ୍ ନନ୍ଦ କିଶୋର ପଟ୍ଟନାୟକ, ସମରେନ୍ଦ୍ର ଜେନା, ମହିଳା ଫୁଟ୍‌ବଲ ସମ୍ପାଦିକା ସଙ୍ଗୀତା ଶର୍ମା ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ମହିଳା ଫାଇନାଲରେ ଯାଜପୁର କଟକ ନଗରକୁ ଭେଟିଥିଲା । ଯାଜପୁର ଦଳ କଟକକୁ ସିଧାସଳଖ ୧୫-୮ ଓ ୧୫-୯ରେ ପଏଣ୍ଟରେ ହରାଇ ଚଳିତ ବର୍ଷ ଚମ୍ପିୟନ ଟ୍ରଫି ହାସଲ କରିଥିବା ବଳେ ପୁରୁଷ ବର୍ଗରେ କନ୍ଧମାଳ ସିଧାସଳଖ ଢେଙ୍କାନାଳକୁ ୧୫-୧୨ ଓ ୧୫-୫ ପଏଣ୍ଟରେ ହରାଇ ଚମ୍ପିୟନ ଟ୍ରଫି ହାସଲ କରିଥିଲା । ଚଳିତ ବର୍ଷର ଶ୍ରେଷ୍ଠ ଖେଳାଳୀ ଭାବେ ପୁରୁଷ ବିଭାଗର କନ୍ଧମାଳର ରୁପାନ୍ତ ଦେହୁରୀ ଏବଂ ମହିଳା ବର୍ଗରେ ଯାଜପୁରର ଶାନ୍ତିଲତା ଭୋଇଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଉଦୀୟମାନ ଖେଳାଳୀ ଭାବେ ମମତା ଦାସଙ୍କ ପ୍ରଦତ୍ତ ବେଣୁଧର ଟ୍ରଫି, କଟକର ମୋନାଲିସା ନାୟକଙ୍କ ମୁଖ୍ୟ ଅତିଥି ପ୍ରଦାନ କରିଥିଲେ । ଶେଷରେ ସିଟି କ୍ଲବ ତରଫରୁ ନୟାପଲ୍ଲୀ ଗ୍ରାମ୍ୟ ଉନ୍ନୟନ କମିଟି ଏବଂ ଏସ୍‌ଜିଓ କ୍ଲବର ସଭ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଜେତା ଦଳଙ୍କୁ ମୁଖ୍ୟ ଅତିଥି ନଗଦ ଅର୍ଥରାଶି ସହ ଟ୍ରଫି ପ୍ରଦାନ କରିଥିଲେ । ଉକ୍ତ ଖେଳକୁ ସୁଜିତ୍ କୁମାର ପାତ୍ର, ପଞ୍ଚାନନ ବଳ, ସୁଦାମ ଚରଣ ମିଶ୍ର, ରଶ୍ମିତା ମହାନ୍ତି ଓ ଜିଆଉଦ୍ଦିନ ଖାନ୍ ପରିଚାଳନା କରିଥିଲେ । ଶେଷରେ ସିଟି କ୍ଲବର ସମ୍ପାଦକ ପ୍ରଦୀପ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ