ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଆମେରିକୀୟ ବିମାନ ଭଗ୍ନାଂଶ ଠାବ କଲା ଭାରତୀୟ ସେନା
ଜଣେ ପୋଲିସ ପ୍ରତିନିଧିଙ୍କ ସହ ଏକ ୧୨ ଜଣିଆ ଭାରତୀୟ ସେନା ପାଟ୍ରୋଲ ଦଳ ୨୦୧୯ ମାର୍ଚ୍ଚ ୩୦ରେ ଅରୁଣାଚଳ ପ୍ରଦେଶର ରୋଇଙ୍ଗ ଜିଲ୍ଲାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ଆମେରିକୀୟ ବିମାନର ଭଗ୍ନାଂଶ ଉଦ୍ଧାର କରିଛନ୍ତି । ପାଂଚଫୁଟ ବରଫ ତଳେ ଚାପି ହୋଇ ରହିଥିବା ଏହି ବିମାନଟିକୁ ପାଟ୍ରୋଲ ଦଳ ସନ୍ଧାନ କରିଥିଲେ । ପୋଲିସ ମାଧ୍ୟମରେ ଦିବଙ୍ଗ ଜିଲ୍ଲାର ଆଂଚଳିକ ପର୍ବତାରୋହୀମାନଙ୍କଠାରୁ ମିଳିଥିବା ସୂଚନା ଆଧାରରେ, ରୋଇଙ୍ଗଠାରୁ ୩୦ କିଲୋମିଟର ଦୂର ଏକ ଅଗମ୍ୟ ଅଂଚଳରେ ରହିଥିବା ଏହି ଭଗ୍ନାଂଶକୁ ସନ୍ଧାନ କରିବା ପାଇଁ ସେନାର ଏକ ସ୍ୱତନ୍ତ୍ର ପାଟ୍ରୋଲ ଦଳକୁ ପଠାଯାଇଥିଲା । ଏହି ଦଳ ଭଗ୍ନାଂଶ ସନ୍ଧାନରେ ୩୦ କିଲୋମିଟର ଦୀର୍ଘ ଜଙ୍ଗଲ ଏବଂ ବରଫାବୃତ ଅଂଚଳ ମଧ୍ୟଦେଇ ଯାତ୍ରା କରିଥିଲେ । ପୂର୍ବରୁ କେହି କ୍ୱଚିତ ଏହି ଅଂଚଳକୁ ଯାଇଥିଲେ ଏବଂ ଘଂଚ ଜଙ୍ଗଲରେ ପରିପୂର୍ଣ୍ଣ ଏହି ଅଂଚଳକୁ ବାୟୁ ପଥରେ ଯାତ୍ରା କରିବା କଷ୍ଟକର ଥିଲା । ଏହି ପୁରୁଣା ବିମାନର ଭଗ୍ନାଂଶ ଏବଂ ଅନ୍ୟାନ୍ୟ ଯୁଦ୍ଧ ସାମଗ୍ରୀର ସନ୍ଧାନ ହେବା ଫଳରେ ନିଶ୍ଚିତ ଭାବେ କିଛି ଐତିହାସିକ ତଥ୍ୟ ମିଳିବା ନେଇ ଆଶା କରାଯାଉଛି ।