ଦ୍ୱିତୀୟ ଭାରତୀୟ ସାମୁଦ୍ରିକ ସମ୍ମିଳନୀ-୨୦୨୧ ଉାର୍ଚ୍ଚ ୨ରେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
ପାରାଦୀପ ,(ପୀତବାସ ପ୍ରଧାନ): ଭରଚୁଆଲ ଭାରତୀୟ ସାମୁଦ୍ରିକ ସମ୍ମିଳନୀ ର ଦ୍ୱିତୀୟ ସଂସ୍କରଣ ଆସନ୍ତା ମାର୍ଚ୍ଚ ୨ରୁ ୪ତାରିଖ ଯାଏଁ ଅନୁଷ୍ଠିତ ହେବାକୁ ଯାଉଛି । ୨୪ଟି ଭାଗୀଦାରି ଦେଶର ପ୍ରାୟ ୨୦ହଜାର ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିବେ ଯେଉଁଥିରେ କି୪୦୦ଟି ପ୍ରକଳ୍ପ ପ୍ରଦର୍ଶିତ ହେବ । କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୨ତାରିଖରେ ଶୁଭ ଉଦ୍ଘାଟନ କରିବେ । ଏହି ସମ୍ମିଳନୀରେ ବୈଷୟିକ ଓ ଇୱାଇ ସଂସ୍ଥା ସହାୟକ କରିବେ । ଗୁରୁବାର ଅପରାହ୍ନରେ ନୂଆଦିଲ୍ଲୀସ୍ଥ ନ୍ୟାସନାଲ ମିଡିଆ ସେଣ୍ଟର ଠାରେ ବିଭାଗୀୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟା ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ଭୋଧିତ କରି କହିଥିଲେ ଯେ ମେରିଟାଇମ ଇଣ୍ଡିଆ ସମ୍ମିଟ୍ ବା ଭାରତୀୟ ସାମୁଦ୍ରିକ ସମ୍ମିଳନୀ ଆନ୍ତର୍ଯ୍ୟାତିକ ସହଯୋଗ ପାଇଁ ଏକ ଶକ୍ତିଶାଳୀ ଭିତ୍ତିଭୂମି ଯୋଗାଇବ ଏବଂ ସହଭାଗି ଦେଶ ମାନଙ୍କୁ ପାରସ୍ପରିକ ଜ୍ଞାନ ଓ ସୁଯୋଗ ଆଦାନ ପ୍ରଦାନରେ ସହାୟକ ହେବ । ଏହି ଅବସରରେ ମନ୍ତ୍ରୀ ତଥା ବିଭାଗୀୟ ବରିଷ୍ଠ ଅଧିକାରୀ ମାନେ ଏହି ସମ୍ମିଳନୀର ଏକ ବିବରଣୀ ପୁସ୍ତିକା ଓ ୱେବ୍ସାଇଟ୍ର ଉଦ୍ଘାଟନ କରିଥିଲେ । ଏଥିସହ ପରିଦର୍ଶକ ଓ ପ୍ରଦର୍ଶକଙ୍କ ପାଇଁ ଏହି ଭରଚୁଆଲ ସମ୍ମିଳନୀରେ ଯୋଗଦେବା ପାଇଁ ପଞ୍ଜିକରଣ ପ୍ରକ୍ରିୟାର ଶୁଭାରମ୍ଭ ହୋଇଥିବାର ପାରାଦୀପ ବନ୍ଦର ସୁତ୍ରରୁ ଜଣାପଡିଛି ।


