ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଚଳିତମାସ ୧୩ରେ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଅଦାଲତ ଓ ଏହାର ନିକଟବର୍ତ୍ତୀ ପଟ୍ଟାମୁଣ୍ଡାଇ, ରାଜନଗର ଓ ଆଳି ପ୍ରଭୃତି ଅଦାଲତ ପରିସରରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଚଳିତ ମାସ ୧୩ତାରିଖ ପୂର୍ବାହ୍ନ ୧୦ଟାରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କନ୍ଦ୍ରୋପଡା ଅଦାଲତର ଜଜମାନେ ସେହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଉପସ୍ଥିତ ରହି ପଞ୍ଜିକୃତ ହୋଇଥିବା ଦେୱାନୀ,ଫୈାଜଦାରୀ, ପାରିବାରିକ, ମୋଟରଯାନ ଦୂର୍ଘଟଣା ଓ ବ୍ୟାଙ୍କ ଋଣ ଜନିତ ମୋକଦ୍ଦମାର ଫଇସଲା କରିବେ । ଦରିଦ୍ର, ନଷ୍ପେସିତ ଓ ଅବହେଳିତ ତଥା ଗ୍ରାମାଞ୍ଚଳର ଅଶିକ୍ଷିତ ଜନସାଧାରଣ ଏହି ଭଳି ଲୋକ ଅଦାଲତରେ ବିନା ମୂଲ୍ୟରେ ନ୍ୟାୟ ପାଇପାରିବେ । ଲୋକ ଅଦାଲତ ମାଧ୍ୟମରେ ଅସମାହିତ ମୋକଦ୍ଦମା ଗୁଡିକର ଫଇସଲା କରାଯାଇ ଦରିଦ୍ର, ନଷ୍ପେସିତ ଓ ଅବହେଳିତ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରିବା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ବିବେଚନା କରାଯାଏ । ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ଏହିଭଳି ରାଷ୍ଟ୍ରୀୟ ଲୋକ ଅଦାଲତ କରାଯାଇ ବିନା ମୂଲ୍ୟରେ ନ୍ୟାୟ ପ୍ରଦାନ କରିବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ ନିର୍ଦେଶ ଦେଇଥାନ୍ତି । ଏହାର ସମ୍ପୂର୍ଣ୍ଣ ସୁବିଧା ଯେପରି ଲୋକମାନେ ପାଇପାରିବେ ଓ ଏହାର ପ୍ରଚାର ପ୍ରସାର ମାଧ୍ୟମରେ ଅଧିକରୁ ଅଧିକ ଲୋକ ଉପକୃତ ହୋଇପାରିବେ ସେଥିପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣ ସତତ ପ୍ରଚେଷ୍ଟା ଜାରି ରଖିଛନ୍ତି । ଏହାର ଗୁରୁତ୍ୱ କିପରି ତୃଣମୂଳ ସ୍ତରରେ ପହଞ୍ଚି ପାରିବ ସେଥିପାଇଁ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପ୍ରଚାର ପ୍ରସାର ମାଧ୍ୟମରେ ଗ୍ରାମାଞ୍ଚଳରେ ଥିବା ଅଶିକ୍ଷିତ ଓ ଦରିଦ୍ର ଜନସାଧାରଣ ଏହା ଦ୍ୱାରା ଉପକୃତ ହୋଇପାରିବେ ବୋଲି ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁ ଅନୁରୋଧ କରିଛନ୍ତି ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ