ଦ୍ୱିତୀୟ ରିପ୍ଲବିକ୍ ଡେ ଫୁଟବଲ ଟୂର୍ଣ୍ଣାମେଣ୍ଟର ତୃତୀୟ ଦିବସ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ସ୍ଥାନୀୟ ଷ୍ଟାଡିୟମ ପରିସରରେ ୭୧ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଜିଲ୍ଲାପ୍ରଶାସନ ଏବଂ ଛତ୍ରପୁରର ୟୁରୋ କିଡସ୍ ପ୍ରି ସ୍କୁଲର ମିଳିତ ଆନୁକୂଲ୍ୟରେ ଶକ୍ତି ଏଣ୍ଡ ଏଜ୍ୟୁକେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ରଂଜନ କୁମାର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଦ୍ୱିତୀୟ ରି ପ୍ଲବିକ୍ ଡେ ଫୁଟବଲ ଟୂର୍ଣ୍ଣାମେଣ୍ଟର ତୃତୀୟ ଦିବସର ପ୍ରଥମ ମ୍ୟାଚ ରେ ବ୍ରହ୍ମପୁର ପତିତପାବନ ଫୁଟବଲ କ୍ଲବ ସହ ଖୋର୍ଦ୍ଦା ଜିଲ୍ଲାର ନଇରୀ ଫୁଟବଲ କ୍ଲବ ମଧ୍ୟରେ ମୁକାବିଲା ହୋଇଥିଲ।। ଏଥିରେ ବ୍ରହ୍ମପୁର ପତିତପାବନ ଫୁଟବଲ କ୍ଲବ ୪-୦ ଗୋଲରେ ଖୋର୍ଦ୍ଦା ଜିଲ୍ଲାର ନଇରୀ ଫୁଟବଲ କ୍ଲବ କୁ ହରାଇ ବିଜୟୀ ହେବା ସହିତ ଦ୍ୱିତୀୟ ସେମିଫାଇନାଲକୁ ପ୍ରବେଶ କରିଛନ୍ତି । ପ୍ରଥମ ମ୍ୟାଚର ମ୍ୟାନ ଅଫ୍ ଦି ମ୍ୟାଚ ଭାବେ ବ୍ରହ୍ମପୁର ପତିତପାବନ ଫୁଟବଲ କ୍ଲବର ହେମନ୍ତ କୁମାରଙ୍କୁ ଅତିଥୀମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପ୍ରଥମ ମ୍ୟାଚର ଅତିଥୀଭାବେ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ମାନଓ ରଂଜନ ମହାନ୍ତି, ଗଂଜାମ ପୁଲିସ ଜିଲ୍ଲାର ରିଜର୍ଭ ଇନିସପେକ୍ଟର ଗଙ୍ଗାଧର ଧାଙ୍ଗର, ପୂର୍ବତନ କାଉନସିଲର ଏମ୍‌.ସମରେନ୍ଦ୍ର ସେନାପତି, ରବିନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ କ୍ରିଡା ବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ । ଦ୍ୱିତୀୟ ମ୍ୟାଚରେ ବ୍ରହ୍ମପୁର ନଟରାଜ ଫୁଟବଲ କ୍ଲବ ସହ ବ୍ରହ୍ମପୁର ମର୍ଣ୍ଣିଂ ଫୁଟବଲ କ୍ଲବ ମଧ୍ୟରେ ମୁକାବିଲା ହୋଇଥିଲ।। ଏଥିରେ ବ୍ରହ୍ମପୁର ନଟରାଜ ଫୁଟବଲ କ୍ଲବ ୪-୦ ଗୋଲରେ ବ୍ରହ୍ମପୁର ମର୍ଣ୍ଣିଂ ଫୁଟବଲ କ୍ଲବ କୁ ହରାଇ ବିଜୟୀ ହେବା ସହିତ ଦ୍ୱିତୀୟ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଦ୍ୱିତୀୟ ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚ ଭାବେ ବ୍ରହ୍ମପୁର ନଟରାଜ ଫୁଟବଲ କ୍ଲବର ପ୍ରତେକ ମୁର୍ମୁଙ୍କୁ ଅତିଥୀ ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲ।। ଦ୍ୱିତୀୟ ମ୍ୟାଚର ଅତିଥୀ ଭାବେ ଗଂଜାମ ପୁଲିସ ଜିଲ୍ଲାର ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଜିଲ୍ଲା କ୍ରିଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଜାତୀୟ ରେଫରୀ ପ୍ରସନ୍ନ କୁମାର ସାହୁ, କ୍ରିଡାବିତ୍ ରାଜେନ୍ଦ୍ର ବେହେରା ଓ ନବୀନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଦୁର୍ଗା ମାଧବ ସାହୁ, ରବିନ୍ଦ୍ର ଶତପଥୀ, ସନ୍ତୋଷ କୁମାର ଗୈାଡ, ବାଦଲ ପାଣ୍ଡି,ଏମ୍‌.ରବିନ୍ଦ୍ର ସେନାପତି , ଡି.ଗଣେଷ ରାଓ, ଏ.ମୋହନ ରାଓ, ଭେଙ୍କଟ ରାଓ ଦୋରା, ଅଜୟ ପରିଡା, ଏସ.ଶ୍ରୀନିବାସ ରେଡ୍ଡୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଏହି ଟୂର୍ଣ୍ଣାମେଣ୍ଟ ଜାନୁୟାରୀ ୨୬ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ