ଦ୍ୱିତୀୟ ସପ୍ତାହାନ୍ତ ସଟ୍ ଡାଉନ୍:ଅମାନିଆ ଦେଲେ ୬୭୦୦ ଜୋରିମନା

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ସରକାର କରୋନା ପଜିଟିଭ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସର୍ବସାଧାରଣଙ୍କ ସୁରକ୍ଷା ପାଇଁ ଓଡ଼ିଶାରେ ଜୁନ୍ ମାସ ପ୍ରତି ସପ୍ତାହାନ୍ତରେ ତଥା ଶନିବାର ଓ ରବିବାର ସମ୍ପୂର୍ଣ୍ଣ ସଟ୍ ଡାଉନ୍ ଘୋଷଣା କରିଛନ୍ତି ।ଏଥି ପାଇଁ ମାସର ଦ୍ୱିତୀୟ ଶନିବାର ବେଲଗୁଣ୍ଠା ସହର ସମେତ ଆଖପାଖ ଅଞ୍ଚଳରେ ସଟ୍ ଡାଉନ୍ କୁ ସାଧାରଣ ଜନତାଙ୍କ ସହ ବ୍ୟବସାୟୀମାନେ ସ୍ୱତଃ ପ୍ରବୃତ୍ତ ଭାବେ ସମର୍ଥନ କରିଥିବା ଲକ୍ଷ୍ୟ କରାଯାଇଛି ।ଏଥିପାଇଁ ବେଲଗୁଣ୍ଠା ସହର ସହିତ ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ ଶୁନଶାନ୍ ହୋଇଯାଇଥିଲା ।ବେଲଗୁଣ୍ଠା ପ୍ରଶାସନ ତରଫରୁ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରତ୍ୟେକ ଦିନ ସହରବାସୀଙ୍କୁ ସଚେତନ କରାଇବା ସହ ସଟ୍ ଡାଉନ ନିୟମାବଳୀ ପ୍ରଚାର କରାଯାଉଛି ।ଆଜି ସକାଳୁ ୭ଟାରୁ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା, ଅତିରିକ୍ତ ତହସିଲଦାର ତଥା ନିର୍ବାହୀ ଅଧିକାରୀ ଧରଣୀଧର ବେହେରା,ବେଲଗୁଣ୍ଠା ପୋଲିସ ଏବଂ ପରିଷଦର କର୍ମଚାରୀ ବେଲଗୁଣ୍ଠା ସହରର ମୁଖ୍ୟ ସଡକରେ ବ୍ଳକିଂ କରିଥିଲେ ।ତହସିଲଦାର ଶ୍ରୀ ବେହରା ବେଲଗୁଣ୍ଠା ସହରରେ ପେଟ୍ରୋଲିଂ କରିବା ସହ କିଛି ଅମାନିଆଙ୍କ ଠାରୁ ୬୭୦୦ ଟଙ୍କା ଜୋରିମାନା କରିଥିବା ପ୍ରକାଶ କରିଛନ୍ତି ।ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ନେତୃତ୍ୱରେ ବେଲଗୁଣ୍ଠା ସହର ସମେତ ଫାଣ୍ଡି ଅନ୍ତର୍ଗତ ଅଞ୍ଚଳରେ ପୋଲିସ ପେଟ୍ରୋଲିଂ କରୁଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ