ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ
(ଯୁଗାବ୍ଦ ନ୍ୟୁଜ) , ଆଇସିସି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ଆଜି ଇଂଲଣ୍ଡର ବର୍ମିହଂମରେ ପରସ୍ପର ମୁହାଁମୁହିଁ ହେବେ ଦୁଇ ପାରମ୍ପ(ଯୁଗାବ୍ଦ ନ୍ୟୁଜ)ରିକ ପ୍ରତିନ୍ଦ୍ୱନ୍ଦି ଇଂଲଣ୍ଡ ଓ ଅଷ୍ଟ୍ରେଲିଆ । ପ୍ରଥମ ଟାଇଟେଲ ଲକ୍ଷରେ ଥିବା ଇଂଲଣ୍ଡକୁ ନିଜ ସ୍ୱପ୍ନ ସାକାର କରିବାକୁ ହେଲେ ପାଞ୍ଚଥରର ଚମ୍ପିଆନ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବର୍ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ । ଇଂଲଣ୍ଡ ଏହା ପର୍ବରୁ ତିନିଥର ଫାଇନାଲରେ ପହଞ୍ଚିଥିଲା ସୁଦ୍ଧା ତାକୁ ରନର୍ସଅପରେ ସନ୍ତୁଷ୍ଟି ହେବାକୁ ପଡିଛି । ୨୭ ବର୍ଷପରେ ସେମିଫାଇନାଲରେ ପହଞ୍ଚିଥିବା ଇଂଲଣ୍ଡ ପ୍ରଥମ ଟାଇଟେଲ ହାତେଇବାକୁ ଆଉ ମାତ୍ର ଦୁଇ ପାଦ ବାକିଥିବା ବେଳେ ପାଞ୍ଚଥର ବିଶ୍ୱକପ ବିଜୟୀ ଅଷ୍ଟ୍ରେଲିଆ ମଧ୍ୟ କପ ହାତେଇବାକୁ ଚେଷ୍ଟା କରିବ । ତେବେ ଆଜିର ଏହି ହାଇଭୋଲଟେଜ ସେମିଫାଇନାଲ ମ୍ୟାଚ ବେଶ ରୋମାଞ୍ଚକର ଓ ସଂଘର୍ଷପୁର୍ଣ୍ଣ ହେବ ବୋଲି କ୍ରୀଡାପ୍ରେମାମାନେ ଆଶା ରଖିଛନ୍ତି ।