ଦ୍ୱିତୀୟ ସେମି ଫାଇନାଲ ମ୍ୟାଚରେ ଇଣ୍ଡିପେଣ୍ଡେନସ କ୍ଲବ ୩-୧ରେ ବିଜୟୀ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଲକି ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ୩ୟ ବାର୍ଷିକ ରାଜ୍ୟ ସ୍ତରୀୟ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମି ଫାଇନାଲ ମ୍ୟାଚ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କ୍ଲବର ସଭାପତି ସଲିମ ଖାନ୍ଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାପଡା ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ଉତ୍ସବରେ ଭଦ୍ରକ ପୈାରପାଳିକାର ଅଧ୍ୟକ୍ଷା ଗୁଲମକି ହବିବ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ରାପଡାରେ ଏଭଳି ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନକୁ ଭୂୟସି ପ୍ରଶଂସା କରିଥିଲେ । କ୍ଲବର ସମ୍ପାଦକ ସେକ ସାହାବୁଲ୍ଲା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ସେକ ମୁସ୍ତର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ କଟକର ଇଣ୍ଡିପେଣ୍ଡେନସ କ୍ଲବ ଜଟଣୀର ଫ୍ରେଣ୍ଡସ ପାରାଡାଇଜକୁ ୩-୧ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଛି । ଓଡିଶା ଫୁଟବଲ ସଙ୍ଘର ରାଜ୍ୟ ରେଫରୀ ସେକ ମୋକିମ, ମାନସ ବିଶ୍ୱାଳ ଓ ମହମ୍ମଦ ସକଲେମ ପ୍ରମୁଖ ମ୍ୟାଚ ପରିଚାଳନା କରିଥିଲେ । ଆସନ୍ତା ୨୭ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ ମ୍ୟାଚରେ କେନ୍ଦ୍ରାପଡାର ଲେବର ସ୍ପୋଟିଂ କ୍ଲବ ସହିତ କଟକ ଇଣ୍ଡିପେଣ୍ଡେନସ କ୍ଲବର ମୁକାବିଲା ହେବ । ଏହି ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚର ଚମ୍ପିୟନ ଦଳକୁ ଟ୍ରଫି ସହ ନଗଦ ୨୧ହଜାର ଟଙ୍କା ଓ ରନର୍ସ ଅପ ଦଳକୁ ଟ୍ରଫି ସହ ନଗଦ ୧୬ହଜାର ଟଙ୍କା ପ୍ରଦାନ କରାଯିବ । ଅନ୍ୟମାନଙ୍କ ମଧ୍ୟରେ ସୟଦ ଅବଦୁଲ ସତ୍ତାର, କ୍ଲବର ବରିଷ୍ଠ ସଦସ୍ୟ ମହମ୍ମଦ ନିୟାଜ, ମୀର ବକାଉଲ୍ଲା, ମୀର ଫାରୁକ, ଓସିଉଲ୍ଲା ଖାନ, ସେକ ମୁସ୍ତର, ସେକ ଅକ୍ତର, ସେକ ଗୋଫ୍ରାନ, ଜାହିଦ ଖାନ, ମୀର ଜରାର, ମହମ୍ମଦ ଆଝାରୁଦ୍ଦିନ, ଜୁମା ଖାନ, ମୀର ଅବୁସନା, ସେକ ସଫାତୁଲ୍ଲା, ଅକିଲ ଅହେମ୍ମଦ, ମୀର ସଲିମ, ୟାସିର ଆରାଫତ, ଅବଦୁଲ ମଲ୍ଲିକ, ସେକ ଆଦିଲ ଇକବଲ, ସେକ ଫରିତଉଦ୍ଦିନ, ତାଜୁ ଖାନ, ସେକ ଅକିଲ ଇକବାଲ, ରିୟାଜତ ଅଲ୍ଲୀ, ବୁରାନ ଅଲ୍ଲୀ, ୟୁସୁଫ ଖାନ, ୟାକୁବ ଖାନ, ସେକ ସିରାନ ଅଲ୍ଲୀ, ଇବ୍ରାହିମ ଖାନ, ମହମ୍ମଦ ଜାକିର, ଆୟାଜ ମହମ୍ମଦ,କଲିମ ଖାନ, ଅବଦୁଲ ମଜିଦ, ଅମୀର ମହମ୍ମଦ, ପରଭେଜ ଅକ୍ତର, ମୀର ସଦାମ, ସେକ ଖଲିଲ, ବାସା ଖାନ, ମହମ୍ମଦ ଇଲିଆସ ଖାନ ପ୍ରମୁଖ ମ୍ୟାଚ ଓ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।