ଦ୍ୱିଦିବସୀୟ ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ଶିବିର ଉଦ୍ଘାଟିତ
ଭୁବନେଶ୍ୱର, ( ଯୁଗାବ୍ଦ ନ୍ୟୁଜ୍) : ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ମାନବାଧିକାର ସୁରକ୍ଷା ରାଷ୍ଟ୍ରର ମୌଳିକ ଦାୟିତ୍ୱ ଅଟେ । ସମ୍ବିଧାନ ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କର ମୌଳିକ ଅଧିକାରକୁ ଉପଭୋଗ କରିବା ପାଇଁ ସାମ୍ବିଧାନିକ ବିଧି ବ୍ୟବସ୍ଥା ଭିତରେ ସୁଯୋଗ ଦେଇଛି । କିନ୍ତୁ ଆମେ ଦେଖୁଛେ ଦିନକୁ ଦିନ ସାମଜରେ ମାନବାଧିକାର ଉଲଂଘନ ଘଟଣା ବଢିବାରେ ଲାଗିଛି । ବିଶେଷତଃ ମାନବାଧିକାର କର୍ମୀମାନେ ବହୁମାତ୍ରାରେ ଆକ୍ରମଣର ଶିକାର ହେଉଛନ୍ତି । ମାନବାଧିକାର କର୍ମୀମାନେ ସମାଜର ସଜାଗ ପ୍ରହରୀ ଅଟନ୍ତି ବୋଲି ରେଡ଼କ୍ରସ ଭବନଠାରେ ଦୁଇଦିନ ବ୍ୟାପୀ ରାରଜ୍ୟସ୍ତରୀୟ ମାନବାଧିକାର କର୍ମୀମାନଙ୍କ ତାଲିମ୍ ଶିବିର ଉଦ୍ଘାଟନ କାର୍ଯ୍ୟକ୍ରମରେ ଓଡ଼ିଶା ମାନବାଧିକାର ଆୟୋଗର କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ୍ ରଘୁବୀର ଦାସ ମୁଖ୍ୟ ଅତିଥି ରୂୂପେ ଯୋଗ ଦେଇ ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ରୂପେ ଓଡ଼ିଶା ସରକାରଙ୍କ ମାନବାଧିକାର ସୁରକ୍ଷା ସେଲ୍ର ନିର୍ଦ୍ଦେଶକ ଏସ୍.ଏମ୍. ନର୍ବାଣେ ଯୋଗଦେଇ ପୋଲିସ୍ ମାନବାଧିକାର ସୁରକ୍ଷା ପାଇଁ କାର୍ଯ୍ୟ କରିବାକୁ ଜୋର୍ ଦେଇଥିଲେ । ପୋଲିସ୍ ମାନବିକତା ଆଧାର ଓ ଆଇନ୍ର ସୀମା ଭିତରେ ରହି କାର୍ଯ୍ୟ କରିବା ଉଚିତ୍ ବୋଲି କହିଥିଲେ । ମହିଳାମାନଙ୍କ ଉପରେ ନିର୍ଯ୍ୟାତନା ବଢିବାରେ ଲାଗିଛି । ଘରୋଇ ହିଂସା ନିରୋଧ ଆଇନ୍, କର୍ମକ୍ଷେତ୍ରରେ ଯୌନ ନିର୍ଯ୍ୟାତନା ନିବାରଣ ଆଇନ୍, ଯୌତୁକ ବିରୋଧ ଆଇନ୍ ଇତ୍ୟାଦି ଥିବା ସତ୍ତେ୍ୱ ଶତକଡ଼ା ୩୦ ଭାଗ ମହିଳା ହିଂସାର ଶିକାର ହେଉଛନ୍ତି ବୋଲି ରାଜ୍ୟ ମହିଳା କମିଶନ ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି ସମ୍ମାନିତ ଅତିଥି ରୂପେ ଯୋଗଦେଇ କହିଥିଲେ । ଉଦ୍ଘାଟନ କାର୍ଯ୍ୟକ୍ରମକୁ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟର ଅଧ୍ୟକ୍ଷ ତଥା ଜାତୀୟ ମାନବାଧିକାର ଆୟୋଗର କୋର୍ କମିଟି ସଦସ୍ୟ ମନୋଜ ଜେନା ଅଧ୍ୟକ୍ଷତା କରି ବିଭିନ୍ନ ମାନାବଧକାର ଉଲଂଘନ ଓ ମାନବାଧିକାର କର୍ମୀମାନଙ୍କ ଭୂମିକା ଉପରେ ସମୀକ୍ଷା କରିଥିଲେ । ହ୍ୟୁମାନ ରାଇଟ୍ସ ଫ୍ରଣ୍ଟର ଆବାହକ ରାଜୀବ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଯୁଗ୍ମ ଆବାହକ ଇଂ ଦୀପକ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ତାଲିମ୍ ଶିବିରର ଅନ୍ୟ ସମ୍ବଳ ବ୍ୟକ୍ତି ଭାବେ ପୋଲିସ୍ ଅଧିକାରୀ ସଂଗ୍ରାମ ମହାପାତ୍ର ତଥ୍ୟ ଅନୁସନ୍ଧାନ, କେସ୍ ଲିପିବଦ୍ଧ ଓ ଅଭିଯୋଗ ଦାଏର ସମ୍ପର୍କରେ ତାଲିମ୍ ଦେଇଥିଲେ । ଆଇନ୍ ସେବା ସଂସ୍ଥା କ୍ଲାପର ଅଧ୍ୟକ୍ଷ ଡଃ ବିକାଶ ଦାସ ମାନବାଧିକାର ସମ୍ପର୍କିତ ଜାତୀୟ ଓ ଆନ୍ତର୍ଜାତୀୟ ଘୋଷଣାନାମା ଓ ଆଇନ୍ ସମ୍ପର୍କରେ ବିସ୍ତୃତ ବାଖ୍ୟା କରିଥିଲେ । ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ଶିକ୍ଷା ଅଧିକାର ଓ ମାନବାଧିକାର କର୍ମୀଙ୍କ ଭୂମିକା ସମ୍ପର୍କରେ କହିଥିଲେ । ଏହି ଶିବିରକୁ ପରି•ଳନାରେ ରମେଶ ରାଉତ, ଉଷାରାଣୀ ବେହେରା, ନିରଦ ବରଣ ଖୁଣ୍ଟିଆ, ଶ୍ରୀକାନ୍ତ ପାକଳ ପ୍ରମୁଖ ସହଯୋଗ କରିଥିଲେ । ଏହି ଦୁଇଦିନିଆ କାର୍ଯ୍ୟକ୍ରମକୁ ହ୍ୟୁମାନ ରାଇଟସ୍ ଫ୍ରଣ୍ଟ ଆୟୋଜନ କରିଥିବା ବେଳେ ଓଡ଼ିଶା ମାନବାଧିକାର ଆୟୋଗ ସହାୟତା କରିଥିଲେ ।