ଦ୍ୱିବଂଗତ କଳାକାରଙ୍କ ଫଟୋ ଉନ୍ମୋଚିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠାର ଅଗ୍ରଣୀ ତଥା ସର୍ବପୁରାତନ ସାଂସ୍କୃତିକ ଅନୁଷ୍ଠାନ ସର୍ବୋଦୟ ସାମାଜିକ କେନ୍ଦ୍ର ଆନୁକୂଲ୍ୟରେ ବେଲଗୁଣ୍ଠା ଅଞ୍ଚଳର ଦ୍ୱିବଂଗତ ସୁନାମଧନ୍ୟ କଳାକାର ମାନଙ୍କ ଫଟୋ ଉନ୍ମୋଚନ କାର୍ଯ୍ୟକ୍ରମ ବେଲଗୁଣ୍ଠାର ପଟେଲ୍ ରୋଡ଼୍ ସ୍ଥିତ କେନ୍ଦ୍ରର ନବୀକରଣ ଗୃହରେ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠାନର ସଭାପତି ତଥା ବେଲଗୁଣ୍ଠାର ପୂର୍ବତନ ନଗରପାଳ ରବୀନ୍ଦ୍ର ନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହି ଅଧିକାରୀ ଏସ୍ ରାକେଶ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସର୍ବୋଦୟ ସାମାଜିକ କେନ୍ଦ୍ରର ଉପଦେଷ୍ଟା ତଥା ବିଶିଷ୍ଟ ନାଟ୍ୟକାର ବିପିନ ବିହାରୀ ସାହୁ ଯୋଗ ଦେଇଥିଲେ I କଳାକାର ମରିଯାଏ ହେଲେ ତାର କଳାର ଅନ୍ତ ଘଟେ ନାହିଁ ବୋଲି ମତପ୍ରକାଶ ପାଇଥିଲା ।ଏହି ଅବସରରେ ବହୁ ପୁର୍ବତନ କଳାକାର ଯଥା ସଙ୍ଗୀତ ଶିରୋମଣି ସ୍ୱର୍ଗତ ଚିନଂ ବିଜୟ କୁମାର ପାତ୍ର, ସ୍ୱର୍ଗତ ଭି ବାସୁଦେବ ପାତ୍ର, ସ୍ୱର୍ଗତ ଗୌର ପରିଡା, ବଂଶଧର ମିଶ୍ର, ଡି.ଶଶି ଭୁଷଣ ବିନ୍ଧାଣିରା,ଡି.ଟୁନୁ ବିନ୍ଧାଣିରା,ବଂଶୀଧର ମିଶ୍ରଙ୍କ ପରି ୨୦ ରୁ ଉର୍ଦ୍ଧ୍ବ କଳାକାର ମାନଙ୍କ ଫଟୋ ଚିତ୍ରକୁ ଅତିଥି ମାନେ ଉନ୍ମୋଚନ କରିଥିଲେ ।ସେମାନଙ୍କ କଳାକୁ ଉଜ୍ଜୀବିତ ରଖିବା ପାଇଁ ଉପସ୍ଥିତ ଅତିଥି ମାନେ ନୁତନ ପିଢ଼ିକୁ ପରାମର୍ଶ ଦେଇଥିଲେ ।ସେହିପରି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ମଞ୍ଚ ଅଭିନେତା ତଥା ନାଟ୍ୟକାର ଡି.ହରିରାମ ବିନ୍ଧାଣୀରା,ଦୂରଦର୍ଶନ ଅଭିନେତା ତଥା ଗୀତିକାର ମୋତିଲାଲ ପତି,ସିନେ ଅଭିନେତା ତଥା ନାଟ୍ୟ ନିର୍ଦ୍ଦେଶକ ରବୀନ୍ଦ୍ରନାଥ ଚୌଧୁରୀ,ଜଣାଶୁଣା ସମାଜସେବୀ ତଥା ରୋଟାରୀ କ୍ଲବ୍ ସଭାପତି ଭି.ଦେବୀ ପ୍ରସାଦ ପାତ୍ର ଏବଂକଳାକାର ମଞ୍ଚ ଅଭିନେତା ଯତୀନ୍ କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ I କାର୍ଯ୍ୟକ୍ରମରେ ସଙ୍ଗୀତଜ୍ଞ କୈଳାସ ଚନ୍ଦ୍ର ପାତ୍ର, ବିବେକାନନ୍ଦ ବେହେରା,ସୀମାଞ୍ଚଳ ପାତ୍ର ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ I ଅନୁଷ୍ଠାନର ସମ୍ପାଦକ ଅବିନାଶ ଚୌଧୁରୀ ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ I ଓମିକ୍ରନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ