ଦ୍ୱୀପାଞ୍ଜଳିଙ୍କ ଡାକ ଶୁଣିଲେନି ଭଗବାନ, ଆରପାରିକୁ ଚାଲିଗଲେ କାର୍ତ୍ତିକ
ହାଟଡ଼ିହି, (ବିକାଶ ବିଶ୍ୱାଳ): ଡାକ୍ତରଖାନାରେ ସ୍ୱାମୀ ମୁର୍ମୁଶ ଅବସ୍ଥାରେ ଜୀବନ ଓ ମୃତ୍ୟୁ ସହିତ ଲଢ଼େଇ କରୁଥିବାବେଳେ ସ୍ୱାମୀଙ୍କ ଜୀବନ ରକ୍ଷା କରିବାଲାଗି ପତ୍ନୀ ଦ୍ୱୀପାଞ୍ଜଳି ଓ ୪ବର୍ଷର ପୁଅଙ୍କ ଆକୁଳ ପ୍ରାର୍ଥନା ଭାଗବାନଙ୍କ ପାଖରେ ପହଞ୍ଚି ପାରିଲାନି । ଚିକିତ୍ସିତ ଅବସ୍ଥାରେ ଗତ ୧୪ତାରିଖ ରାତିରେ ଆଖିବୁଜିଦେଲେ କାର୍ତ୍ତିକ । ଛନ୍ତି । ଜମିବାଡି ବିକ୍ରୀକରି ୫ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚକରି ସ୍ୱାମୀଙ୍କ ଚିକିତ୍ସା କରାଉଥିବାବେଳେ ତାଙ୍କର ଚିକିିତ୍ସା ପାଇଁ ଦଶଲକ୍ଷରୁ ଉର୍ଦ୍ଧ ଟଙ୍କାର ଆବଶ୍ୟକତା ଥିବା ଡାକ୍ତର କହିବାପରେ ପତ୍ନୀ ଦ୍ୱୀପାଞ୍ଜଳି ଓ ୪ବର୍ଷର ପୁଅ ସାମାଜିକ ଗଣମାଧ୍ୟମରେ ଭିଡିଓ ଜାରିକରି ସହାୟତା ପାଇଁ ନିବେଦନ କରିଥିଲେ । କିଛି ଲୋକ ସହାୟତାର ହାତ ବଢ଼ାଇଥିବାବେଳେ ଗତ ଲୋକମାନେ ସହାୟତା କରିବା ପୁର୍ବରୁ କାର୍ତ୍ତିକ ସମସ୍ତଙ୍କୁ ଛାଡି ଚାଲିଗଲେ । ଏହାକୁ ନେଇ ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତ ଇଶଳା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଏଠାରେ ସୁଚନାଯୋଗ୍ୟ ଯେ କାର୍ତ୍ତିକ ଶଙ୍ଖୁଆ ପୁରୀଜିଲ୍ଲା କାକଟପୁରରେ ଏକ ଘରୋଇ କମ୍ପାନୀରେ କାମ କରୁଥିବାବେଳେ ଗତ ଜୁଲାଇ ୧୪ତାରିଖ ଦିନ କରୋନାରେ ଆକ୍ରାନ୍ତ ହୋଇ କାକଟପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କୁ ପୁରୀ ଡାକ୍ତରଖାନା ଓ ସେଠାରୁ ଭୁବନେଶ୍ୱର ନୀଳାଚଳ ହସପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା । କିନ୍ତୁ ସେ ସୁସ୍ଥ ନହେବାରୁ ଡାକ୍ତର ମାନଙ୍କ ପରାମର୍ଶ କ୍ରମେ ତାଙ୍କୁ ସିଲଭରସିଟି ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା ।