ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୈାଶଲ୍ୟ ଯୋଜାନରେ ସଫଳ ଯୁବକ ଯୁବତୀ ମାନଙ୍କୁ ସମ୍ବର୍ଦ୍ଧନା
ଛତ୍ରପର , (ଯୁଗାବ୍ଦ ନ୍ୟୁଜ) : ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଓରମାସ ଓ ଜିଲ୍ଲାପ୍ରଶାସନ ମିଳିତ ଆନୁକୂଲ୍ୟରେ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୈାଶଲ୍ୟ ଯୋଜାନରେ ସଫଳତା ପାଈ ରୋଜଗାରକ୍ଷମ ହୋଇଥିବା ଯୁବକ ଓ ଯୁବତୀ ଏବଂ ସେମାନଙ୍କ ପିତାମାତା ମାନଙ୍କୁ ନେଇ ଆଲୁମିନୀ ଓ ଅଭିଭାବକ ମିଟଙ୍ଗ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟରତ ନଥିବା ଶିକ୍ଷିତ ଯୁବକ /ଯୁବତୀ ନିମନ୍ତେ ଏହି ଯୋଜନା ମାଧ୍ୟମରେ ସେମାନଙ୍କୁ ଦକ୍ଷତା ବିକାଶର ତାଲିମ ପ୍ରଦାନ କରାଯାଇ ସେମାନେ କିପରୀ ରୋଜଗାରକ୍ଷମ ହେବ ସେଥିନିମନ୍ତେ ଡିଡିଜିକେୱାଇ କାର୍ଯ୍ୟ କରୁଛି । ଏନେଇ ଗଂଜାମ ଜିଲ୍ଲାର ତାଲିମପ୍ରାପ୍ତ ହୋଇଥିବା ୫୦ଜଣ ଯୁବକ/ ଯୁବତୀ ମାନେ ଗତ ୬ମାସ ରୁ ଉର୍ଦ୍ଧ୍ୱ ଧରି ରାଜ୍ୟ ଏବଂ ଦେଶ ବାହାରେ ବିଭିନ୍ନ କଂପାନୀରେ କାର୍ଯ୍ୟରତ ଥିବା ସଂପର୍କରେ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ । ଏହି ଯୁବକ /ଯୁବତୀ ମାନେ ପୂର୍ବରୁ କିପରୀ ରହୁଥିଲେ ଏବଂ ବର୍ତ୍ତମାନେ କିପରୀ ଜୀବନ କଟାଉଛନ୍ତି ସେ ଉପରେ ମଧ୍ୟ ଅଧିକାଂଶ ଯୁବକ/ଯୁବତୀ ମାନେ ଭାବବହଳ ହୋଇ ନିଜ ନିଜ ବ୍ୟକ୍ତବ୍ୟରେ କହିଥିଲେ । ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିବା ସହ ନିଜ ଜୀବନର ଅନୁଭୂତି ବର୍ଣ୍ଣାନା କରି ଶିକ୍ଷିତ ତାଲିମପ୍ରାପ୍ତ ଯୁବକ /ଯୁବତୀ ମାନେ ନିଜେ ଚେଷ୍ଟା କରିଲେ ସଫଳତା ଆପେ ଆପେ ଆସେ ବୋଲି କହିଥିଲେ । ରାଜ୍ୟ ସରକାରଙ୍କ ଉଦ୍ୟମ ଫଳରେ ଡିଡିଜିକେୱାଇ ର ଜିଲ୍ଲାର ବହୁ ଯୁବକ ଯୁବତୀ ମାନେ ତାଲିମପ୍ରାପ୍ତ ହୋଇ ରୋଜଗାରକ୍ଷମ ହୋଇଛନ୍ତି । ଏଥିରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ କହିବା ସହ ସଫଳତା ହାସଲ କରି ରାଜ୍ୟ ଓ ଦେଶ ବାହାରେ କାର୍ଯ୍ୟରତ ଥିବା ଯୁବକ/ଯୁବତୀ ମାନଙ୍କୁ ଉପଢୈକନ ସହ ଦକ୍ଷତା ପ୍ରମାଣ ପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହାସହ ସେମାନଙ୍କ ଅଭିଭାବକ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲ।। ଏହି ଅବସରରେ ଜିଲ୍ଲାର ତାଲିମପ୍ରାପ୍ତ ଯୁବକ/ଯୁବତୀ ମାନଙ୍କ ସଫଳତାର ରହସ୍ୟ ନେଇ “ଦକ୍ଷତା ହିଁ କ୍ଷମତା ସଫଳତାର ସୋପାନ ‘ଶୀର୍ଷକ ଏକ ପୁସ୍ତିକା କୁ ମଧ୍ୟ ଜିଲ୍ଲାପାଳ ଉନ୍ମୋଚନ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଡିଆରଡିଏ ଏପିଡି ରବି ନାରାୟଣ ତ୍ରିପାଠୀ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଆଞ୍ଚଳିକ ସହକାରୀ ନିୟୋଜନ ନିର୍ଦ୍ଦେଶକ ଆର.ଏନ.ଖିଲାନୀ, ଓରମାସର ଅତିରିକ୍ତ ସହକାରୀ ନିର୍ଦ୍ଦେଶକ ଜ୍ୟୋତି ରଂଜନ ମହାନ୍ତି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ସମ୍ବନ୍ଧରେ କହିଥିଲେ । କାର୍ଯ୍ୟକ୍ରମକୁ ଡିଆରଡିଏ ର ବରିଷ୍ଠ ରାଜସ୍ୱ ସହାୟକ ପ୍ରଶାନ୍ତ କୁମାର ଶତପଥୀ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଓରମାସ ସୁନୀଲ କୁମାର ନାହାକ, ଅନୁଭବ ପ୍ରସାଦ ଏବଂ ସନ୍ତୋଷ ଚୈାଧୂରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ତାଲିମ ନେଉଥିବା ଯୁବକ/ଯୁବତୀ, ପୂରାତନ ଯୁବକ/ଯୁବତୀ ଏବଂ ଅଭିଭାବକ ମାନେ ଉପସ୍ଥିତ ଥିଲେ ।