ଦୟାଳୁ ଚୋର

ଚୋରର ପ୍ରବୃତ୍ତି ଚୋରି କରିବା । ଏଥିପାଇଁ ସେମାନେ ମାରପିଟଠାରୁ ଆରମ୍ଭକରି ହତ୍ୟା କରିବାକୁ ମଧ୍ୟ ପଛାଇ ନ ଥାନ୍ତି । ମାତ୍ର ସୋସିଆଲ ମିଡିଆରେ ଏମିତି ଏକ ଚୋରର ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଚୋରକୁ ଦୟାଳୁ ଚୋର କହିଲେ କିଛି ଭୁଲ ହେବ ନାହିଁ । କାରଣ ଚୋର ଚୋରି କରିବା ପରେ ମହିଳାଙ୍କ ମୁଣ୍ଡକୁ ଗେଲକରି ଚୋରି ଟଙ୍କା ନେବାକୁ ମନା କରିଦେଇଛନ୍ତି । ଏହି ଘଟଣାଟି ଘଟିଛି ବ୍ରାଜିଲ୍‌ରେ । ୨ ଜଣ ଚୋର ଚୋରି ଉଦ୍ଦେଶ୍ୟରେ ଏକ ମେଡିସିନ ଦୋକାନରେ ପଶିଥିଲେ । ସେଠାରେ ଥିବା କର୍ମଚାରୀଙ୍କୁ ଟଙ୍କା ମାଗିଥିଲେ । ସେଠାରେ ଜଣେ ବୃଦ୍ଧା ମହିଳା ମଧ୍ୟ ଉପସ୍ଥିତ ଥିଲେ । ସେ ନିଜ ପର୍ସରୁ ଟଙ୍କା ବାହାରକରି ଜଣେ ଚୋରଙ୍କ ହାତକୁ ବଢ଼ାଇଥିଲେ । ମାତ୍ର ସେ ବୃଦ୍ଧାଙ୍କଠାରୁ ଟଙ୍କା ନେବାକୁ ମନା କରିଦେଇଥିଲେ । ଏଥିସହ ଚୋର ମହିଳାଙ୍କ ମଥାକୁ ଗେଲ କରିବା ସହ କହିଥିଲେ, ଆପଣ ଟଙ୍କା ରଖନ୍ତୁ । ମୋତେ ଆପଣଙ୍କ ଟଙ୍କା ଦରକାର ନାହିଁ । ପରେ ଉଭୟ ଚୋର ପ୍ରାୟ ୭୧ ହଜାର ଟଙ୍କା ସହ ଅନ୍ୟ ଜିନିଷପତ୍ର ନେଇ ଦୋକାନରୁ ଫେରାର ହୋଇଯାଇଥିଲେ । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ