ଦୟା ସାହିତ୍ୟ ସଂସଦର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ
କଣାସ,(ପାହାନ୍ତା ସିଂହ ଅଞ୍ଜଳୀ ସାହୁ): କଣାସ ବ୍ଲକ୍ ର ଅଗ୍ରଣୀ ଅନୁଷ୍ଠାନ ଦୟା ସାହିତ୍ୟ ସଂସଦର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦୟା ବିହାର ସ୍ଥିତ ନିଳାଚଳ ସେବା ପ୍ରତିଷ୍ଠାନ ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସଭାରେ ବରିଷ୍ଠ ଗାଳ୍ପିକ ଡଃ ସୁରେନ୍ଦ୍ର କୁମାର ଛୋଟରାୟ ମୁଖ୍ୟ ଅତିଥି ଭାବେ ରେ ଯୋଗଦେଇ ଥିଲେ।ଅନ୍ୟତମ ଅତିଥିଭାବେ ଯୋଗଦେଇଥିଲେ ସୂର୍ଯ୍ୟ ମିଶ୍ର ଓ କମଳିନୀ ମଲ୍ଲିକ। ଏହି ଅବସରରେ ସମାଜସେବୀ ଡଃ ପ୍ରଦୀପ ହରିଚନ୍ଦନ, ଶିଶୁ ସାହିତ୍ୟିକ ଡଃ ହେମନ୍ତ ଛୋଟରାୟ, ନାଟ୍ୟକାର ବିଭୂତି ଭୂଷଣ ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିଥିଲେ।ସମାଜ ର ଚିତ୍ର କୁ ଉପସ୍ଥାପନା କରିବା ସହିତ କବିତା ଲେଖିବାର ନୂତନତା ପ୍ରଯୋଗ ପାଇଁ ଆହ୍ଵାନ ଦେଇଥିଲେ। ଅନୁଷ୍ଠାନ ର ସଂପାଦକ ଜିତେନ୍ଦ୍ର କୁମାର ପେଣ୍ଠେଇ ବିବରଣୀ ପାଠ କରିଥିଲେ। ସଭାପତି କୃପାସିନ୍ଧୁ ବିଶ୍ଵାଳ ଭାଷା ସାହିତ୍ୟର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ।ଦାଶ ବେନହୁର ଗଳ୍ପ ସଂକଳନ ପାଇଁ ଶ୍ରେଷ୍ଠ ପୁରସ୍କାର ପାଇଥିଲେ। ପ୍ରବନ୍ଧ ସଙ୍କଳନ ପାଇଁ ନିରଂଜନ ବେହେରା କବିତା ସଙ୍କଳନ ପାଇଁ ରଵି ପ୍ରିୟ ଦାଶ, ଶିଶୁ ସାହିତ୍ୟ ପାଇଁ ଯାଜ୍ଞଦତ ସାମନ୍ତରାୟ, ନାଟକ ଶେଷ ଇଛା ପାଇଁ ଶିକ୍ଷାଵିତ ଅଜୟ କୁମାର ସେଠୀ, ଉପନ୍ୟାସ କାଳିଦାସ ପାଇଁ ବିଭୁ ହୋତା, ଗଳ୍ପ ପାଇଁ ଜିତେନ୍ଦ୍ର ନାରାୟଣ ଦାଶ ପ୍ରମୁଖ ପୁରସ୍କୃତ ହେଇଥିଲେ। ବ୍ଲକ୍ ର ଶେଷ୍ଠ ଓଡ଼ିଆ ସ୍ନାତକ ସମ୍ମାନ ପାଇଁ ଦୟା ବିହାର କଲେଜ ର ଛାତ୍ରୀ ଲିପ୍ସା ପ୍ରଜ୍ଞା ପଶ୍ଚିମ କବାଟ ପୁରସ୍କୃତ ହେଇଥିଲେ।ଆଜିଵନ ସାହିତ୍ୟ ସାଧନା ପାଇଁ ସାରସ୍ଵତ ସାଧକ ବୈକୁଣ୍ଠ ନାଥ ନରେନ୍ଦ୍ର ଙ୍କୁ ଶିକ୍ଷକ ସାରସ ପ୍ରାଣକୃଷ୍ଣ ସାହିତ୍ୟ ସମ୍ମାନ ୨୦୨୫ ପ୍ରଦାନ କରାଯାଇଥିଲା। ଶେଷ ରେ ବରିଷ୍ଠ କବି ଅଧିକାରୀ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ।