‘ଦ କପିଲ ଶର୍ମା ଶୋ ‘ର ଶୁଟିଂରୁ ବ୍ରେକ୍ ନେବେ କପିଲ

କମେଡି କିଙ୍ଗ୍ କପିଲ ଶର୍ମା ନିଜ ଶୋ ‘ ‘ଦ କପିଲ ଶର୍ମା ଶୋ ‘ର ଶୁଟିଂରେ ବ୍ରେକ୍ ଦେଇଛନ୍ତି । ଶୁଣିବାକୁ ମିଳିଛି, କପିଲ ଆଉ ୨୦ ଦିନ ଛୁଟି ନେଇଛନ୍ତି । ବ୍ରେକ୍ ପୂର୍ବରୁ ସେ ଘୋଷଣା କରିଛନ୍ତି ଯେ, ନଭେମ୍ବର ଏବଂ ଡିସେମ୍ବର ମଧ୍ୟଭାଗରେ ଏପିସୋଡ୍ ଶୁଟିଂ କିଛି ଦିନ ପାଇଁ ବନ୍ଦ ରଖିବାକୁ ଚାହୁଁଛନ୍ତି । କାରଣ ସେ ଖୁବ୍ଶୀଘ୍ର ବାପା ହେବାକୁ ଯାଉଛନ୍ତି । ଖାସ୍ ଏଥିପାଇଁ ସେ ତାଙ୍କ ସ୍ତ୍ରୀ ଗିନି ଚତ୍ରଥ୍ଙ୍କ ସହିତ କିଛି ସମୟ କାଟିବାକୁ ନିଜ ଶୋ ‘ରେ ବ୍ରେକ୍ ଦେଇଛନ୍ତି । ୧୦ ଦିନର ଏହି ବ୍ରେକ୍ ଭିତରେ ଗିନିଙ୍କ ସହ କପିଲ କାନାଡା ଯାଇଥିଲେ । ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଏବେ ଶେୟାର କରିଛନ୍ତି । ଶୋ ‘ ସହିତ ଜଡ଼ିତ ନିକଟତମ ସୂତ୍ରରୁ ପ୍ରକାଶ ଯେ, ଯେତେବେଳେ କପିଲ ଜାଣିଲେ ସେ ବାପା ହେବାକୁ ଯାଉଛନ୍ତି, ତାଙ୍କର ବ୍ୟବହାର ସମ୍ପୂର୍ଣ୍ଣ ବଦଳିଗଲା । ଟିକେ ସମୟ ପାଇଲେ ସେ ଗିନିଙ୍କ ପାଖକୁ ଚାଲିଯାଉଥିଲେ । ତାଙ୍କର ଇଚ୍ଛାକୁ ସେ ଚ୍ୟାନେଲ୍ ମାଧ୍ୟମରେ ପ୍ରକାଶ କରିବାକୁ ଚାହିଁଥିଲେ । କିଛି ମାସ ତଳେ ଗିନି ଏବଂ କପିଲ କାନାଡା ଯିବା ପାଇଁ ମୁମ୍ବାଇ ଏୟାର୍ପୋର୍ଟ ଯାଇଥିଲେ । ସେଠାରେ ଗିନି ବେବି ବମ୍ପ୍ ଲୁଚାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏକ ସାକ୍ଷାତକାରରେ କପିଲ ଏହି କଥା ଖୋଲାଖୋଲି ପ୍ରକାଶ କରିଥିଲେ ଯେ, ସେ ନଭେମ୍ବର କିମ୍ବା ପ୍ରଶଂସକଙ୍କର ମୃତ୍ୟୁ ହୋଇଥିଲା । ପ୍ରଭାସଙ୍କ ଫିଲ୍ମ ‘ସାହା’ ବକ୍ସ ଅଫିସରେ ରିଲିଜ୍ ହେବାର ୧୦ ଦିନ ମଧ୍ୟରେ ୪୫୦ କୋଟି ଟଙ୍କା ଆୟ ଡିସେମ୍ବରରେ ସେ ବାପା ହେବାକୁ ଯାଉଛନ୍ତି । କହିରଖୁଛୁ, କପିଲ ଗିନିଙ୍କୁ ୧୨ ଡିସେମ୍ବର ୨୦୧୮ରେ ବିବାହ କରିଥିଲେ । ଏହା ପରେ କପିଲ ମୁମ୍ବାଇ ଆସି ରିସେପ୍ସନ୍ ପାର୍ଟି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ