‘ଦ କପିଲ ଶର୍ମା ସୋ’କୁ ଫେରିଲେ ଭାରତୀ ସିଂହ

ନୂଆଦିଲ୍ଲୀ: କମେଡି କ୍ବିନ୍‌ ଭାରତୀ ସିଂହ ‘ଦ କପିଲ ଶର୍ମା ସୋ’କୁ ଫେରିଛନ୍ତି। ସୋ’ର ସୁଟିଂ ଭାରତୀ ଆରମ୍ଭ କରି ଦେଇଥିବା‌ ବେଳେ ସୁଟିଂ ସେଟ୍‌ରୁ ସେ ଗୁଡ଼ାଏ ଫଟୋ ସେୟାର କରିଛନ୍ତି। କିଛି ଦିନ ତଳେ ଏନ୍‌ସିବି ଭାରତୀଙ୍କ ମୁମ୍ବାଇସ୍ଥିତ ବାସଭବନରେ ଚଢ଼ଉ କରି ୮୨ ଗ୍ରାମ୍‌ର ଗଞ୍ଜେଇ ଜବତ କରିଥିଲା। ଏନ୍‌ସିବିର ପ୍ରଶ୍ନୋତ୍ତର ସମୟରେ ଭାରତୀ ଡ୍ରଗ୍‌ସ୍‌ ସେବନ କରୁଥିବା ସ୍ବୀକାର କରିଥିଲେ। ଏହାପରେ ଭାରତୀ ଓ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟାଙ୍କୁ ଏନ୍‌ସିବି ଗିରଫ କରିଥିଲା। ଜାମିନ୍‌ରେ ଆସିବା ପରେ ଭାରତୀଙ୍କୁ ‘ଦ କପିଲ ଶର୍ମା ସୋ’ରୁ ବାହାର କରିବାକୁ ଟ୍ବିଟର୍‌ରେ ଟ୍ରେଣ୍ଡ ଆରମ୍ଭ ହୋଇଯାଇଥିଲା। ଅନ୍ୟପଟେ ଭାରତୀଙ୍କ କୋଟି କୋଟି ପ୍ରଶଂସକଙ୍କ ସମେତ କପିଲ ଓ କ୍ରିଷ୍ଣା ଅଭିଷେକ ଭାରତୀଙ୍କୁ ସମର୍ଥନ କରିଥିଲେ। ଏବେ ଭାରତୀ ସୋ’କୁ ଫେରିବା ଖବର ନେଇ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ