ଧଉଳିରେ ନିଆରା ବନ୍ଧୁମିଳନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରତାପ ଶାସନ ହାଇସ୍କୁଲ ବିଦ୍ୟାର୍ଥୀଙ୍କ ବନ୍ଧୁମିଳନ ସ୍ଥାନୀୟ ଶାନ୍ତି, ସତ୍ୟ, ଅହିଂସାର ପ୍ରତୀକ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଅନୁଷ୍ଠିତ ହୋଇଯାଇଛି । ନିଆରା ଢଙ୍ଗରେ ୧୯୯୪ ବ୍ୟାଚ୍ର ବିଦ୍ୟାର୍ଥୀ ଓ ତାଙ୍କ ପରିବାର ବନ୍ଧୁମିଳନ କାର୍ଯ୍ୟକ୍ରମ ଅବସରରେ ଯୋଗଦେଇ ମତ ରଖଥିଲେ ଯେ, ସତ୍ୟ, ଅହିଂସା, ଜ୍ଞାନ, ପୂଜ୍ୟପୂଜା ସହିତ ମାତୃଭାଷା, ମାତୃଭାଷାର ସୁରକ୍ଷା ସହିତ ଆଲୋକର ବର୍ତ୍ତିକା ବୁଦ୍ଧଙ୍କ ପଦାଙ୍କ ସମସ୍ତେ ଅନୁସରଣ କରିବା ଆବଶ୍ୟକ । ପୂର୍ବ ସ୍ମୃତି ସହ ଖଟାମିଠା ଅନୁଭୂତିକୁ ନିଜ ନିଜ ମଧ୍ୟରେ ବାଣ୍ଟିଥିଲେ । ଏହି ବନ୍ଧୁମିଳନ ଏକତା, ଶକ୍ତି, ତଥା ଏକ ପରିବାରର ଅନୁଭୂତି ପରି ମନେ ହେଉଥିବା ମତ ରଖିଥିଲେ ପୂର୍ବ ବିଦ୍ୟାର୍ଥୀମାନେ । ଉକ୍ତ କାର୍ଯ୍ୟକ୍ରମରେ ମିନତୀ, ତୃପ୍ତି, ବିନିତା, ସୀତା ପ୍ରମୁଖ ଉପସ୍ଥିତ ରହିବା ସହିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସୁପ୍ରିୟା, ସବିତା, ଲିଲି ଓ ମିତୁ ।


