ଧନତେରସ ଦିନ କିଣନ୍ତୁ ଝାଡ଼ୁ

ଆଉ ଅଳ୍ପ ଦିନ ବାକି ରହିଲା ଧନତେରସ । ଏହି ଦିନ ସୁନା-ଚାନ୍ଦି, ବାସନକୁସନ ଆଦି କିଣିବାର ବିଧାନ ରହିଛି । ମାତ୍ର ଏହି ଦିନ ଆଉ ଏକ ଜିନିଷ ନିଶ୍ଚୟ କିଣିବା ଉଚିତ୍ । ତାହା ହୁଏତ ସଭିଏଁ ଜାଣି ନଥିବେ । ଜିନିଷଟି ହେଉଛି ଝାଡ଼ୁ । ଧନତେରସ ଦିନ ଝାଡ଼ୁ କିଣିବା ଦ୍ୱାରା ଗୃହରେ ସର୍ବଦା ମା’ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏହିଦିନ ଝାଡ଼ୁ କିଣିବା ସହ ଏହାସହ ଜଡ଼ିତ କିଛି ମାନ୍ୟତାଗୁଡ଼ିକୁ ପାଳନ କଲେ ଘରେ ଥିବା ଆର୍ଥିକ ସମସ୍ୟା ଦୂର ହୋଇଥାଏ । ଜାଣନ୍ତୁ ଏହା ବିଷୟରେ ।
ଧନତେରସ ଦିନ କିଣିଥିବା ଝାଡ଼ୁ ସହ ଜଡ଼ିତ ପ୍ରଥମ ନିୟମ ହେଉଛି, ଏହାକୁ କିଣିବା ଦିନ ଏହାର ବେଣ୍ଟରେ ଧଳା ରଙ୍ଗ ସୂତା ବାନ୍ଧି ଦିଅନ୍ତୁ । ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିବ ।
ଧନତେରସ ଦିନ ଏକକାଳୀନ ୩ଟି ଝାଡ଼ୁ କିଣନ୍ତୁ । ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ । ମାତ୍ର କଦାପି ସମ ସଂଖ୍ୟକ ଝାଡ଼ୁ କିଣିବା ଉଚିତ ନୁହେଁ ।
ଝାଡ଼ୁକୁ କଦାପି ପାଦରେ ମାରନ୍ତୁ ନାହିଁ । ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିଥାଆନ୍ତି ।
ମଙ୍ଗଳବାର ଓ ରବିବାର କଦାପି ଝାଡ଼ୁ କିଣିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ଘରେ କଳହର ବାତାବରଣ ସୃଷ୍ଟି ହୋଇଥାଏ ।
ଦୀପାବଳୀ ଦିନ ମନ୍ଦିରରେ ଝାଡ଼ୁଦାନ କରିବା ଦ୍ୱାରା ଆପଣଙ୍କ ଗୃହରେ ସର୍ବଦା ମା’ଲକ୍ଷ୍ମୀଙ୍କ କୃପା ଓ ଆଶୀର୍ବାଦ ରହିବ । ମାତ୍ର ମନ୍ଦିରରେ ଝାଡ଼ୁକୁ ସୂର୍ଯ୍ୟୋଦୟ ପୂର୍ବରୁ ଦାନ କରନ୍ତୁ । ଦାନ କରିବା ଝାଡ଼ୁକୁ ଧନତେରସ ଦିନ ପୂର୍ବରୁ କିଣନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ