ଧନୁର୍ଜ୍ଜୟ ବିଶ୍ୱାଳଙ୍କ ୧୦୩ତମ ଜୟନ୍ତୀ ଦିବସରେ ଅସହାୟଙ୍କୁ କମ୍ବଳ ବଣ୍ଟନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ବସପୁର ଗ୍ରାମର ସମାଜସେବୀ ତଥା ଠାକୁର ଶ୍ରୀ ଅଭିରାମ ପରମହଂସଙ୍କ ଭକ୍ତ ଧନୁର୍ଜ୍ଜୟ ବିଶ୍ୱାଳଙ୍କ ୧୦୩ତମ ଜୟନ୍ତୀ ପାଳନ ଅବସରରେ ବୁଧବାର ଧନୁର୍ଜ୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବସପୁର ଓ ଆଖପାଖ ଗ୍ରାମର ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ ତଥା ଅସହାୟ ଲୋକମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ଏଥିସହିତ ପ୍ରତ୍ୟେକଙ୍କୁ ୨ଶହ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଓ ଶୁଖିଲା ଖାଦ୍ୟ ମଧ୍ୟ ବଣ୍ଟନ କରାଯାଇଛି । କୋଭିଡ ସମୟରେ ପ୍ରତିବନ୍ଧକ ଥିବାରୁ ସାଧୁ ସମ୍ମିଳନୀକୁ ବାତିଲ କରିଦିଆଯାଇଛି । କମ୍ବଳ ବଣ୍ଟନ, ଶୁଖିଲା ଖାଦ୍ୟ ବଣ୍ଟନ ଏବଂ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟ ସ୍ୱର୍ଗତ ବିଶ୍ୱାଳଙ୍କ ପୁତ୍ର ସମାଜସେବୀ ତଥା ପ୍ରତିଷ୍ଠିତ ବ୍ୟବସାୟୀ ଭଗବାନ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ତାଙ୍କ ବସପୁରସ୍ଥିତ ବାସ ଭବନରେ ଦରିଦ୍ର, ଅସହାୟ, ଭିନ୍ନକ୍ଷମ ଓ ବୃଦ୍ଧବୃଦ୍ଧାମାନଙ୍କୁ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।