ଧନୁର୍ଜୟନାରାୟଣପୁର ଶାସନରେ କୁମ୍ଭମେଳା ଓ ବିଶ୍ୱଶାନ୍ତି ଯଜ୍ଞ

ହାଟଡିହି, (ବିକାଶ ବିଶ୍ୱାଳ ) : ବିଦ୍ୟାଧରପୁର ନିକଟସ୍ଥ ଧନୁର୍ଜୟ ନାରାୟଣପୁର ଶାସନ ଠାରେ ଥିବା ଚକରିଆଶୁଣୀ ପୀଠରେ ୨୪ତମ କୁମ୍ଭମେଳା ଓ ବିଶ୍ୱଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଛି । ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ବିଶ୍ୱଶାନ୍ତି ଯଜ୍ଞ ପାଇଁ ଗତ ବୁଧବାର ଭୋର ୪ଟାବେଳେ ଅଧିବାସ, ଅଙ୍କୁରାରୋପଣ କରାଯିବା ପରେ ଶାଳନ୍ଦୀ ନଦୀରୁ ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବାପରେ ଯଜ୍ଞମଣ୍ଡପରେ ସ୍ଥାପନ କରାଯାଇ ଗଣପତ୍ୟାଦି ପୂଜା, ଅଷ୍ଟାଦଶ ମାତୃଗଣ, ସୂର୍ଯ୍ୟପୂଜା, ଯଜ୍ଞଶାଲା ପୂଜା, ଗୋମାତା ପୂଜା କରାଯିବା ପରେ ହୋମଯଜ୍ଞ ଆରମ୍ଭ କରାଯାଇଥିଲା । ଗୁରୁବାର ଦିନ ଶାନ୍ତିମନ୍ତ୍ରପାଠ ସହିତ ଗୀତାପାଠ, ମହାରୁଦ୍ରଯଜ୍ଞ ଆଦି କରାଯିବା ପରେ ଶୁକ୍ରବାର ଦିନ ଅପରାହ୍ନରେ ଏହି ଯଜ୍ଞର ପୁର୍ଣ୍ଣାହୁତୀ ପ୍ରଦାନ କରାଯାଇଥିଲା । ରତ୍ନାକର ପତି ଓ ରଶ୍ମୀମୟୀ ପତି କର୍ତ୍ତାଭାବେ ସଙ୍କଳ୍ପ କରିଥିବାବେଳେ ନିର୍ମଳ ମିଶ୍ର, ରୁପକ ମିଶ୍ର, ସୁବାଶିସ ରଥ, ରାଜେଶ ରଥ, ହୃଷିକେଶ ପାଣିଗ୍ରାହୀ, କିରଣବାଳା ପାଢ଼ୀ, ମଧୁସୁଦନ ସତପଥି, ଓମପ୍ରକାଶ ସତପଥି, ଜଗନ୍ନାଥ ରଥ, ଆଲୋକ ପାଢ଼ୀ, ଗୟାଧର ମିଶ୍ର, ଜୟନ୍ତୀ ମିଶ୍ର, ଅରୁପାନନ୍ଦ ପତି, ରମେଶ ଚନ୍ଦ୍ର ରଥ, ଅଭିରାମ ରଥ, ବିଭୂପ୍ରସାଦ ରଥ, ବସନ୍ତ ରଥ, ସସ୍ମିତା ରଥ, ଯୋଗେଶ ରଥ, ରଞ୍ଜିତା ରଥ ପ୍ରମୁଖ ପୂଜାକାର୍ଯ୍ୟରେ ସହକର୍ତ୍ତା ଭାବେ ସାମିଲ ହୋଇଥିଲେ । ପଣ୍ଡିତ ଟୁକୁନୁ କର ଓ ସୁରେନ୍ଦ୍ର ଦାଶ ପ୍ରମୁଖ ବେଦମନ୍ତ୍ରରେ ପୂଜାକାର୍ଯ୍ୟ ସମ୍ପାଦନ କରୁଥିବାବେଳେ ଚାକରୀଆଶୁଣୀ ଟ୍ରଷ୍ଟର ସଦସ୍ୟ ରମେଶ ଚନ୍ଦ୍ର ରଥ, ରଞ୍ଜିତା ରଥ, ଗୋପାଳକୃଷ୍ଣ ପତି, ମିଲନ ପତ, ଗୟାଧର ମିଶ୍ର, ବସନ୍ତ ରଥ, ରତ୍ନାକର ପତି, ଅଭିରାମ ରଥ, ଓମପ୍ରକାଶ ସତପଥି, ରାଜେଶ କୁମାର ରଥ, ବସନ୍ତ ପଣ୍ଡା, ଜଗନ୍ନାଥ ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ହୋମଯଜ୍ଞରେ ଆଖ ପାଖ ଗ୍ରାମର ଶହଶହ ଶ୍ରଦ୍ଧାଳୁ ଯୋଗଦେଇ ଘୃତାହୁତୀ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ