ଧନୁର୍ଜୟପୁର ଓ ବାଙ୍ଗୋର ପଞ୍ଚାୟତରେ ପରିକ୍ରମା କଲା ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର ଉପଖଣ୍ଡ ହାଟଡ଼ିହି ବ୍ଲକ ଧନୁର୍ଯୟପୁର ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ ପରିକ୍ରମା କରିଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କ ଦ୍ୱାରା ଶଙ୍ଖ ହୁଳହୁଳି ଓ ନାଚ ଗୀତ ମାଧ୍ୟମରେ ଉତ୍ସସ୍ୱିତ ସମ୍ବର୍ଦ୍ଧନା ଦିଆଯାଇ ସଂକଳ୍ପ ରଥକୁ ସ୍ୱାଗତ କରାଯାଇଥିଲା। ଧନୁର୍ଜୟପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ସର୍ଦାର ହୋ, ସମିତି ସଭ୍ୟା ସୁନାରାମ ଟୁଡୁ, ପିଇଓ ଅମୀୟ ମାଝୀ , ଜିଆର ଏସ ବିନୟ କୁମାର ମଲ୍ଲିକ, ଗ୍ୟାସ ଏଜେନ୍ସି ର କର୍ମକର୍ତ୍ତା, ପଶୁ ସମ୍ପଦ ବିଭାଗ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହିତ ,ବିଜେପି ନେତା ଆଲୋକ ସେଠୀ, ସଂଯୋଜକ ସୁଶାନ୍ତ ଜେନା, ସରପଞ୍ଚ ସର୍ଦ୍ଦାର ହୋ ,ବିବେକାନନ୍ଦ ରାଉତ, ସତ୍ୟଜିତ ବେହେରା,ଜଗନ ଯେନା ,ପ୍ରଦୀପ କୁମାର ଜେନାଙ୍କ ସମେତ ବହୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଯୋଗଦେଇଥିଲେ। ଏଥିରେ ଏଲ୍ଇଡି ମାଧ୍ୟମରେ ମୋଦି ସରକାରଙ୍କ ବିଭିନ୍ନ ଜନ ଜନହିତକର ଯୋଜନା ଗୁଡ଼ିକ ସମ୍ପର୍କିତ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରଦର୍ଶିତ କରାଯାଇଥିଲା। ଏଥିସହିତ ମହିଳାମାନଙ୍କୁ ସ୍ବାସ୍ଥ୍ୟସେବା ସମ୍ପର୍କିତ ସଚେତନା କରାଯିବା ସହିତ ଅନେକ ମହିଳାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଲୋକମାନେ କେନ୍ଦ୍ର ସରକାରଙ୍କ କେଉଁ କେଉଁ ଯୋଜନାରେ ସାମିଲ ହୋଇଛନ୍ତି ଓ ଆଉ କେଉଁ ଯୋଜନା ରୁ ବାଦ ପଡିଛନ୍ତି ତାହା ଲିଖିତ ଭାବେ ଜଣାଇଥିଲେ।ସେହିପରି ବାଙ୍ଗୋର ପଞ୍ଚାୟତରେ ରଥ ପହଞ୍ଚିବା ପରେ ମହିଳାମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ପଞ୍ଚାୟତ ପରିକ୍ରମା କରାଇଥିଲେ। ପଞ୍ଚାୟତ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ସରପଞ୍ଚ ଅଙ୍କିତା ପଢ଼ିଆରୀ, ସମିତି ସଭ୍ୟା ମନୋରମା ପଣ୍ଡା, ନାଏବ ସରପଞ୍ଚ ନନ୍ଦ ସାହୁ, ବ୍ଲକ ସିପି ସୁବ୍ରତ ନାୟକ, ପିଇଓ ସୁରେଶ ସେଠୀ, ଜିତେନ୍ଦ୍ର ଜେନା, ଅମୂଲ୍ୟ ପହି, ଜି.ଆର.ଏସ ଜିନତ ଖାତୁନଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଯୋଜନାରୁ କି କି ପ୍ରକାର ସୁଫଳତା ପାଉଛନ୍ତି ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଅନେକ ମହିଳାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏଥିରେ ବସନ୍ତ ପଢ଼ିଆରୀ, ମହେଶ ବାରିକ, ବଟକୃଷ୍ଣ ବେହେରା, ଟୁନା ପଢ଼ିଆରୀ, ଅକ୍ଷୟ ମଳିକ, ରଘୁନାଥ ପରିଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମହିଳା ଏସ.ଏସ.ଜି ଗ୍ରୁପର ଶତାଧିକ ମହିଳା ଓ ଗ୍ରାମର ବରିଷ୍ଠ ନାଗରିକ ମାନେ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଯୋଜନା ଗୁଡିକ ବାବଦରେ ସଚେତନ ହୋଇଥିଲେ।